www.samajalive.in
Monday, December 15, 2025
17.1 C
Bhubaneswar

କ’ଣ ଏହି Grindr ଆପ୍‌, ଯେଉଁଥିରେ ପୁଅଙ୍କୁ ଫସାଉଛନ୍ତି ପୁଅ; ୟୁପିରୁ ତାମିଲନାଡ଼ୁ ଯାଏ ହଇଚଇ!

ସମାଜ ଡିଜିଟାଏ ଡେସ୍କ: ଇଣ୍ଟରନେଟ୍‌ ଓ ମୋବାଇଲ ଆପ୍‌ ଦୁନିଆ ଏତେ ବଡ଼ ହୋଇଯାଇଛି ଯେ ଅପରାଧର ନୂଆ ନୂଆ ଉପାୟ ଜନ୍ମ ନେଉଛି। ପ୍ରସିଦ୍ଧ ଡେଟିଂ ଆପ୍ ଟିଣ୍ଡର ପରି ଗ୍ରିଣ୍ଡର(Grindr) ନାମକ ଏକ ଆପ୍ ଅଛି, ଯାହା ଉତ୍ତରପ୍ରଦେଶରୁ ତାମିଲନାଡୁ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ଏହା ମାଧ୍ୟମରେ ଏପରି ଅପରାଧମାନ ଘଟୁଛି, ଯାହା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ଗ୍ରିଣ୍ଡର ଏକ ସମଲିଙ୍ଗୀ ଡେଟିଂ ଆପ୍‌। ଏହା ମୁଖ୍ୟତଃ ଏଲଜିବିଟିକ୍ୟୁ(ଲେସବିୟନ, ଗେ, ବାଇସେକ୍ସୁଆଲ, ଟ୍ରାନ୍ସସେକ୍ସୁଆଲ) ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଆପ୍‌ ଦାବି କରେ ଯେ, ଏହା ଏଲଜିବିଟିକ୍ୟୁ ସମ୍ପ୍ରଦାୟର ସବୁଠୁ ବଡ଼ ସୋସିଆଲ ନେଟଓ୍ବର୍କିଙ୍ଗ୍‌ ଆପ୍। ଏହା ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍‌ ଆପ୍‌ ଷ୍ଟୋରରେ ଉପଲବ୍ଧ। ଭାରତରେ ମଧ୍ୟ ଅନେକ ଲୋକ ଏହି ଆପ୍ ବ୍ୟବହାର କରନ୍ତି, କିନ୍ତୁ ଏବେ ଏହା ଅପରାଧ କରିବାର ଏକ ମାଧ୍ୟମ ପାଲଟିଛି।

ଟଙ୍କା ଆଦାୟର ଆଡ୍ଡା ପାଲଟିଛି ଏହି ଆପ୍‌, ପୁଲିସର କାର୍ଯ୍ୟାନୁଷ୍ଠାନ

- Advertisement -

ସଦ୍ୟତମ ଘଟଣାଟି ହେଉଛି ଉତ୍ତରପ୍ରଦେଶ ଗ୍ରେଡର ନୋଏଡାର। ସୂଚନା ଅନୁଯାୟୀ, ଗ୍ରିଣ୍ଡର ଆପ୍ ବ୍ୟବହାର କରି ଲୋକଙ୍କୁ ଠକୁଥିବା ଏବଂ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଚାରି ଜଣଙ୍କୁ ଗିରଫ କରିଛି ପୁଲିସ। ରିପୋର୍ଟ ଅନୁସାରେ, ପୁଅମାନଙ୍କ ପ୍ରତି ଆଗ୍ରହୀ ଥିବା ଲୋକମାନଙ୍କୁ ଆପ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥାଏ। ତା’ପରେ ଦେଖା କରିବାର ସ୍ଥାନ ସ୍ଥିର କରାଯାଇଥାଏ। ଯେତେବେଳେ ପୀଡ଼ିତ ପହଞ୍ଚନ୍ତି, ତାଙ୍କୁ ଅସ୍ତ୍ର ଦେଖାଇ ଧମକ ଦିଆଯାଏ। ପରେ ମଧ୍ୟ ବ୍ଲାକମେଲିଂ କରି ଟଙ୍କା ଆଦାୟ କରାଯାଉଥିଲା। କୁହାଯାଉଛି ଯେ, ଅଭିଯୁକ୍ତମାନେ ବର୍ଷେ ମଧ୍ୟରେ ପ୍ରାୟ ୨୫ ଜଣଙ୍କୁ ନିଜର ଶିକାର କରିଥିଲେ।

ଗ୍ରିଣ୍ଡର ଆପ୍ ଜରିଆରେ ଘରକୁ ଡାକିଲେ, ହୋଇଗଲା ଲୁଟ୍‌

ଗ୍ରିଣ୍ଡର ଭଳି ଆପ୍‌ରେ ନକଲି ପ୍ରୋଫାଇଲ୍ ତିଆରି କରି ଏପରି ଅପରାଧୀମାନେ ଅଛନ୍ତି, ଯେଉଁମାନଙ୍କ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଲୁଟିବା। ଚେନ୍ନାଇରୁ ସାମ୍ନାକୁ ଆସିଥିବା ଏକ ମାମଲାରେ ଜଣେ କପଡ଼ା ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି। ସେ ଗ୍ରିଣ୍ଡର ଆପ୍ ମାଧ୍ୟମରେ ଜଣେ ପୁଅ ସହିତ ବନ୍ଧୁତା କରିଥିଲେ। ତାଙ୍କୁ ନିଜ ଘରକୁ ଡାକିଥିଲେ। ପୁଅଜଣକ କହିଲା ଯେ ତା’ ସହିତ ଆଉ ଦୁଇଜଣ ଲୋକ ଆସିବେ। ସମସ୍ତେ ବ୍ୟବସାୟୀଙ୍କ ଘରେ ପହଞ୍ଚିଲେ। ତାଙ୍କୁ ମାଡ ମାରିଲେ। ହାତ ଗୋଡ଼ ବାନ୍ଧି ବାଥ୍‌ରୁମ୍‌ରେ ବନ୍ଦ କରିଦେଲେ। ଏହାପରେ ୩୦ ତୋଳା ସୁନା ଏବଂ ୨.୫ କିଲୋ ରୂପା ଲୁଟି ନେଲେ। ଏବେ ଚେନ୍ନାଇ ପୁଲିସ ମଧ୍ୟ ଏପରି ଆପ୍ ବିଷୟରେ ଲୋକଙ୍କୁ ସଚେତନ କରାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories