ଆଡେଣିଗଡରୁ ଆରମ୍ଭ ଲୁଣିବାହାଲରେ ଶେଷ
ବୌଦ୍ଧ ଜିଲ୍ଲାପାଳଙ୍କ ଶେଷ ଜନ ଶୁଣାଣି
ହରଭଙ୍ଗା : ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁଙ୍କ ଅବସର ପୂର୍ବରୁ ସୋମବାର ଥିଲା ଶେଷ ଜନ ଶୁଣାଣି କାର୍ଯ୍ୟକ୍ରମ। ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ବର୍ଷା ସତ୍ୱେ ୧୫୧ଜଣ ଅଭିଯୋଗକାରୀ ପଂହଚିଥିଲେ। ସେଥିରୁ ୧୪୮ଟି ବ୍ୟକ୍ତିଗତ ଏବଂ ୩ଟି ସାମୁହିକ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ସେଥିରୁ ୯୫ଟି ଅଭିଯୋଗ ଶୁଣାଣି କରିଥିଲେ। ରେଡକ୍ରସ ପାଣ୍ଠିରୁ ୩୫ଜଣଙ୍କୁ ୨ଲକ୍ଷ ୩୪ହଜାର ଟଙ୍କା ସହାୟତା ପ୍ରଦାନ କରା ଯାଇଥିଲା। ୩ଜଣଙ୍କୁ ତିନିଚକିଆ ସାଇକେଲ,୨ଜଣଙ୍କୁ ହୁଇଲ ଚେୟାର, ଜଣଙ୍କୁ ଆଶାବାଡି ୯ଜଣଙ୍କୁ ବିଧବା, ଅର୍କମଣ୍ୟ ଏବଂ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା। ଆଜି ଜିଲ୍ଲାପାଳଙ୍କ ୪୧ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ହରଭଙ୍ଗା ବ୍ଲକରେ ୧୧ଟି, କଣ୍ଟାମାଳ ବ୍ଲକରେ ୧୦, ବୌଦ୍ଧ ବ୍ଲକରେ ୧୨ ଏବଂ ବୌଦ୍ଧ ବିଜ୍ଞପିତ ଅଞ୍ଚଳରେ ୮ଟି ସମୁଦାୟ ୪୧ଟି ଅଭିଯୋଗ ଶୁଣାଣି କରିଥିବା ଜଣାପଡିଛି।
ଆଜି ଜିଲ୍ଲାପାଳଙ୍କ ଶେଷ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ ,ବୌଦ୍ଧ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ବିନୀ କୁମାର ମେହେର, ବୌଦ୍ଧ ଉପ ଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ହରଭଙ୍ଗା ତହସିଲଦାର ଶିବାନୀ ଦାଶ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଚନ୍ଦ୍ରକାନ୍ତ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତିକାନ୍ତ ବଳିଆର ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ସ୍ଥାନୀୟ ସରପଂଚ ଚନ୍ଦ୍ରମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.