୧୩୨/୩୩ କେଭି ବିକଳ୍ପ ବିଦ୍ୟୁତ ସଂଯୋଗର ଶୁଭ ଉଦଘାଟନ

ପୂରଣହେଲା ନଦୀକୂଳ, ନଅବେଢା ଜନସାଧାରଣଙ୍କ ବହୁ ଦିନର ଦାବି

ଗୁରୁଡିଝାଟିଆ :  ନଦୀକୂଳ ଓ ନଅବେଢା ଜନସାଧାରଣଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ଚୌଦ୍ୱାର ଗ୍ରୀଡରୁ ସଂଯୋଗ ବିଦ୍ୟୁତ ସରବରାହ ଅଧିକାଂଶ ସମୟରେ ବ୍ୟାଘାତ ହେବା ସହ ୧୦ ରୁ ୧୨ଘଣ୍ଟା ଲେଖାଏଁ ବିଦ୍ୟୁତ ରହୁନଥିଲା । ଏହି ଅସୁବିଧାକୁ ଦୂର କରିବା ପାଇଁ ଖୁଣ୍ଟୁଣୀ ଗ୍ରୀଡର ୧୩୨-୩୩ କେଭିରୁ ବିଦ୍ୟୁତ ସଂଯୋଗ ଗୁରୁଡିଝାଟିଆ,ନାରଙ୍ଗବସ୍ତ ଓ ସର୍ପେଶ୍ୱର ଗ୍ରୀଡକୁ ରବିବାରସଂଯୋଗର ଶୁଭ ଉଦଘାଟନ ହୋଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଉଦଘାଟନ କରିବା ସହ ଏହି ନୂତନ ସଂଯୋଗ ନଅବେଢା ଓ ନଦୀକୂଳ ଜନସାଧାରଣଙ୍କ ପାଇଁ ବିକଳ୍ପ ବିଦ୍ୟୁତ ସେବାରେ ଅଶେଷ ଉପକାରରେ ଲାଗିବ । ଆଉ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ସମୟରେ ଅନ୍ଧକାରରେ ରହିବାକୁ ପଡିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଗୁରୁଡିଝାଟିଆ ଠାରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ଆଠଗଡ ଟିପିସିଓଡିଏଲର ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର ମୋହନ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ସାମନ୍ତରାୟ,ପଞ୍ଚାୟତ ସମିିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ସରପଞ୍ଚ ବୈଜୟନ୍ତୀ ଦଳାଇ, ଜିଲ୍ଲାପରିଷଦ ସଦସ୍ୟା ମିନତୀ ଗାଗରାଇ, ସମିତିସଭ୍ୟ ଶ୍ୟାମ ବେଲଗାମଙ୍କ ସହିତ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇଥିଲେ । ଏହି ଅବସରରେ ଗୁରୁଡିଝାଟିଆ ସବଷ୍ଟେସନର କ୍ଷମତାକୁ ୫ ଏମଭିଏରୁ ୮ ଏମଭିଏକୁ ବୃଦ୍ଧି ଓ ପାଚେରୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିଲା ।

Comments are closed.