କଟକ: ଏଥର ଦୀପାବଳିରେ ଫୁଟିବ ପରିବେଶ ଉପଯୋଗୀ ବାଣ(ଗ୍ରୀନ କ୍ରାକର)। ନୀଖିଳ ଓଡ଼ିଶା ବାଣ ବ୍ୟବସାୟୀ ସଂଘର ଆବେଦନକୁ ଗ୍ରହଣ କରି ଏହିଭଳି ବାଣ ଫୁଟାଇବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ନିର୍ଦିଷ୍ଟ ସର୍ତ୍ତ ଆଧାରରେ ବିକ୍ରି ହୋଇପାରିବ ପରିବେଶ ଉପଯୋଗୀ ବାଣ। କେବଳ ଦୀପାବଳି ଦିନ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିଛି। ରାତି ୮ଟାରୁ ୧୦ଟା ମଧ୍ୟରେ କେବଳ ପରିବେଶ ଉପଯୋଗୀ ବାଣ ଫୁଟାଇବାକୁ ଉଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି। ପେଟ୍ରୋଲିୟମ୍ ଓ ବିସ୍ଫୋରକ ନିରାପତ୍ତା ସଂଗଠନ(ପିଇଏସଓ) ଦ୍ବାରା ଅନୁମୋଦିତ ବାଣ ଫୁଟାଇହେବ ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି। କୋଭିଡ଼୍ ମହାମାରୀ ଓ ପରିବେଶ ପ୍ରଦୂଷଣ ରୋକିବାକୁ ଏହି ନିଷ୍ପତ୍ତି ନିଆଯାଇଛି।
Popular Categories



