www.samajalive.in
Saturday, December 6, 2025
23.1 C
Bhubaneswar

ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦେଶ: ସରକାରୀ ବିଦ୍ୟାଳୟର ନିରାପତ୍ତା ଯାଞ୍ଚ ବାଧ୍ୟତାମୂଳକ

ଭୁବନେଶ୍ବର: ରାଜସ୍ଥାନରେ ଏକ ବିଦ୍ୟାଳୟରେ ଛାତ ଭୁଶୁଡ଼ି ୭ ପିଲାଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ ବିଦ୍ୟାଳୟରେ ନିରାପତ୍ତା ଯାଞ୍ଚ (ସେଫ୍ଟି ଅଡିଟ୍‌) ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯାଇଛି। ଅଗ୍ନି ନିରାପତ୍ତା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ବୈଦ୍ୟୁତିକ ତାର ଆଦିର ଯାଞ୍ଚ ଉପରେ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି। କର୍ମଚାରୀ ଏବଂ ଶିକ୍ଷାର୍ଥୀଙ୍କୁ ଜରୁରୀକାଳୀନ ପ୍ରସ୍ତୁତି ତାଲିମ ସୁନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଯେଉଁଥିରେ ସ୍ଥାନାନ୍ତର ଅଭ୍ୟାସ, ପ୍ରାଥମିକ ଚିକିତ୍ସା ଏବଂ ସୁରକ୍ଷା ପ୍ରୋଟୋକଲ ଆଦି ଅନ୍ତର୍ଭୁକ୍ତ। ଏହାସହ ଶିକ୍ଷାର୍ଥୀଙ୍କ ମନସ୍ତାତ୍ତ୍ବିକ ବିକାଶ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକ, ସ୍ଥାନୀୟ ବ୍ୟକ୍ତିବିଶେଷ ବିଦ୍ୟାଳୟରେ ବିପଦ କିମ୍ବା ଅସୁରକ୍ଷିତ ପରିସ୍ଥିତି ନେଇ ଅବଗତ କରିପାରିବେ। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ବହୁ ବିଦ୍ୟାଳୟ ଘର ଏବେବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସରକାରଙ୍କ ପକ୍ଷରୁ କେତେଗୁଡ଼ିଏ ଅସୁରକ୍ଷିତ ଶ୍ରେଣୀଗୃହକୁ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଥିଲା। ଆଉ କିଛି ଶ୍ରେଣୀଗୃହ ମରାମତି ହୋଇଥିଲା। ତେବେ ନିରାପତ୍ତା ଯାଞ୍ଚ ହେଉନଥିବାରୁ ବହୁ ଶ୍ରେଣୀଗୃହ ଏବେବି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories