www.samajalive.in
Friday, December 5, 2025
17.1 C
Bhubaneswar

କୂଳ ଲଙ୍ଘିଲା ବୈତରଣୀ ନଦୀ: ଯାଜପୁର -ଆଖଣ୍ଡଳମଣି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଆରଡି :  ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗତ ଶନିବାର ଭଦ୍ରକ ଆଖୁଆପଦା ଆନିକଟରେ ଵନ୍ଯାପାଣି ଦୃତଗତିରେ ଵୃଦ୍ଧି ପାଇବା ପରେ ରବିବାର କ୍ରମଶଃ ହ୍ରାସ ପାଇଥିଲା। ହେଲେ ଉପରମୁଣ୍ଡରୁ ଆସୁଥିବା ଵନ୍ଯାପାଣି ଭଣ୍ଡାରିପୋଖରୀ , ଧାମନଗର ଓ ଚାନ୍ଦବାଲିରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା। ଫଳରେ ବୈତରଣୀ କୂଳ ଲଘିଂଵାରୁ କୁଆଖିଆ -ଆଖଣ୍ଡଳମଣି ୨୦ନମ୍ଵର ଜାତୀୟ ରାଜପଥର ଵୋଡକ ଠାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ଦୀର୍ଘ ୧କିମି ରାସ୍ତାରେ ପ୍ରଵାହିତ ହେବା ଫଳରେ ଆଖଣ୍ଡଳମଣି -ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ତଳମୁଣ୍ଡରେ ଅର୍ଥାତ୍ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳରେ ଵନ୍ଯାପାଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଶ୍ରାବଣ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଆସୁଥିବା କାଉଡ଼ିଆ ଭକ୍ତମାନେ ଵନ୍ଯାପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଆସୁଥିଵାର ଦେଖିବାକୁ ମିଳିଛି। ସେହିପରି ଅନେକ ଛୋଟବଡ ଗାଡି ମଧ୍ଯ ଵନ୍ଯାପାଣିରେ ପଶି ଆରଡି ଅଭିମୁଖେ ଆସୁଛି। ଏକପ୍ରକାର ନଦୀ, ପଥ, କ୍ଷେତ ଏକାକାର ହୋଇଯାଇଥିଵାରୁ ଯାଜପୁର ସମେତ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା (ଭୂଵନେଶ୍ଵର) ଆଦି ଜିଲ୍ଲାରୁ ହଜାରହଜାର କାଉଡ଼ିଆ ଭକ୍ତ ଆଖଣ୍ଡଳମଣିଙ୍କ ପୀଠକୁ କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ ଦେଇ ଆସୁଥିଵା ବେଳେ କେଉଁଟି ନଦୀ ଓ କେଉଁଠି ରାସ୍ତା ଜାଣିବା ଜଟିଳ ହୋଇପଡିଵାରୁ କାଉଡ଼ିଆ ଭକ୍ତଙ୍କ ଯାତାୟତକୁ ବନ୍ଦ କରିଥିଲା ପୁଲିସ ପ୍ରଶାସନ। ଏପରିକି ଡ଼ାକବାଜି ଯନ୍ତ୍ର ଦ୍ଵାରା ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କୁ ସଚେତନତା ହେଲେ ବୈତରଣୀ ନଦୀ କୂଳ ଲଘିଂ ଵାରୁ ଦୀର୍ଘ ୧କିମି ଯାଏ ରାସ୍ତା ବୁଡ଼ି ଵନ୍ଯାପାଣି ପ୍ରବାହିତ ହେଉଥିବାରୁ ଆଗନ୍ତୁକ କାଉଡ଼ିଆ ଭକ୍ତ ଦିନ ସମୟରେ ଭୟରେ ଯାଉଥିବା ବେଳେ ରାତିରେ ହିଂସ୍ର କୁମ୍ଭୀର ଓ ସରିସୃପ ଭୟ ଘାରିଥିଲା। ଏପରି ସ୍ଥିତିର ଭଦ୍ରକ ଉପଜିଲ୍ଲାପାଳ ପରଖିବା ସହ ରାତିରେ ଆଲୋକ ଵ୍ୟଵସ୍ଥା ସହ ପୁଲିସ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା। ଏପଟେ ଦୃଵଳ ନଦୀଵନ୍ଧରେ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିଵା ସହ ଅଧିକାରୀମାନେ ସଜାଗ ରହିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories