ଭୁବନେଶ୍ବର : ଖରିଫ ଧାନ କିଣିବା ପାଇଁ ଚାଷୀଙ୍କ ପଞ୍ଜୀକରଣ ଜୁଲାଇ ୧୯ରୁ ଆରମ୍ଭ ହୋଇଛି। ଏହି ପଞ୍ଜୀକରଣ ପ୍ରକ୍ରିୟା ଅଗଷ୍ଟ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାରି ଭିତରେ କୌଣସି ଅସୁବିଧା ଓ ଅଭିଯୋଗ ଆସିଲେ ଚାଷୀଙ୍କ ହିତ ଦୃଷ୍ଟିର ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇ ପାରିବ ବୋଲି ଗଣମାଧ୍ୟମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ସର୍ଭର ଡାଉନ କାରଣରୁ ପଞ୍ଜୀକରଣ ହୋଇପାରୁନାହିଁ ବୋଲି ଯଦି ଅଭିଯୋଗ ଆସେ ତେବେ ସରକାର ସମୟସୀମା ବୃଦ୍ଧି କରିବେ। ସଂଶୋଧିତ ପଟା, ସର୍ଭର ଡାଉନ ଏବଂ ଚାଷ କାର୍ଯ୍ୟରେ ଚାଷୀ ସମୟ ଦେଉଥିବାରୁ ପଞ୍ଜୀକରଣ ନିମନ୍ତେ ସମୟ ଦେଇପାରୁ ନାହାନ୍ତି। ଯେଉଁ ଚାଷୀଙ୍କର ରେକର୍ଡ ବାପା, ଜେଜେବାପାଙ୍କ ନାମରେ ଥିବ ସେମାନେ ସ୍ବୀକୃତିନାମା ଫର୍ମ ଦାଖଲ କରି ପଞ୍ଜୀକରଣ କରିପାରିବେ ବୋଲି ନିର୍ଦେଶ ଦିଆଯାଇଛି। ଚାଷୀ ଆନ୍ଦୋଳନର କୌଣସି କାରଣ ନାହିଁ। ସରକାର ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି। ଏ ସରକାରରେ ଚାଷୀଙ୍କର କୌଣସି ଅସୁବିଧା କରାଯିବ ନାହିଁ। ଯେଉଁମାନେ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବେ ସେମାନେ ନିରାଶ ହେବେ।
ବିଜେପି ନିର୍ବାଚନ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ବହୁତ କିଛି ପୂରଣ କରିବାରେ ସମର୍ଥ ହୋଇଛି। ଗୋଟିଏ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଅନେକଗୁଡ଼ିଏ ଭଲ କାମ କରିଛନ୍ତି। ଚାଷୀଙ୍କ ପାଖରୁ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣାଯାଇଛି। ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ହଜାର ଟଙ୍କା ହିସାବରେ ୫ବର୍ଷରେ ୫୦ହଜାର ଟଙ୍କା ଦିଆଯିବା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ କହିଥିଲୁ ଏବଂ ଖୋଲିକି ଦେଖାଇଛୁ। ନୂଆ ସରକାର ଆସିବାର ବର୍ଷକ ମଧ୍ୟରେ ଗତ ଖରିଫରେ ୭୩ଲକ୍ଷ ୪୭ହଜାର ମେଟ୍ରିକ ଟନ୍ ଧାନ କିଣାଯାଇଛି ବୋଲି ମନ୍ତ୍ରୀ କହିଥିଲେ।
ଆବଶ୍ୟକସ୍ଥଳେ ବଢ଼ିବ ଚାଷୀ ପଞ୍ଜୀକରଣ
Popular Categories



