ରାଜ୍ୟପାଳଙ୍କ ପୁଅ ବୋଲି – ଭୁଲ ମାଗି ମାମଲା ରଫାଦଫା

ଡେସ୍କ: ପୁରୀ ରାଜଭବନରେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ମାମଲା ରଫାଦଫା ହୋଇଥିବା ଜଣାପଡିଛି। ଆହତ ସରକାରୀ କର୍ମଚାରୀ ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସାୟୁଞ୍ଜୁ କୁମାର ପ୍ରଧାନଙ୍କୁ ଆଜି ରାଜଭବନକୁ ଡାକ ଯାଇଥିଲା ଓ ତାଙ୍କୁ ଅଭିଯୁକ୍ତ ଭୁଲ ମାଗିଥିବା ସେ କହିଛନ୍ତି। ଏହି ଘଟଣାରେ ବିଜେଡି କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ କଂଗ୍ରେସ ଆଜି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ତେବେ ଘଟଣାର ଏଭଳି ସମାଧାନ ହେବା ନେଇ ସାଧାରଣରେ ଆଲୋଚନା ହେଉଛି। ଯଦି ଅନ୍ୟ କେହି ଏଭଳି କରିଥାନ୍ତା, ତାହେଲେ ପୁଲିସ କଣ ଏତଲା ପାଇବା ପରେ ଚୁପ ବସିଥାନ୍ତା, ଗିରଫଦାରୀ ତ ଦୂରର କଥା, ଏହି ଘଟଣାରେ ପୁଲିସ ସମ୍ପୃକ୍ତ ରାଜ୍ୟପାଳଙ୍କ ଅଭିଯୁକ୍ତ ପୁଅକୁ ପଚରାଉଚୁରା ମଧ୍ୟ କରିନାହିଁ।

ଗତକାଲି ଏହି ଘଟଣାରେ ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସାୟୁଞ୍ଜୁ କୁମାର ପ୍ରଧାନ କହିଥିଲେ, ମୋ ସ୍ବାମୀ ଓ ପରିବାର ଏବେ ଡରରେ ଅଛନ୍ତି । ସେମାନଙ୍କ ଠାରୁ ଡରିକି ଲୁଚିକି ରହିଥିଲେ ସ୍ବାମୀ। ସଚିବ କହିଥିଲେ, ହେଲେ ୪ ଦିନ ବିତିଲା ପରେ ବି ନ୍ୟାୟ ମିଳିଲାନି। ରାଜଭବନ ପର୍ଯ୍ୟନ୍ତ କେହି କିଛି ସହଯୋଗ କରିଲେ ନାହିଁ। ଯେଉଁମାନେ ଆକ୍ରମଣ କରିଛନ୍ତି ପୋଲିସ ସେମାନଙ୍କୁ ଗିରଫ କରୁ। ମୋ ସ୍ବାମୀଙ୍କୁ ନ୍ୟାୟ ମିଳୁ। ସେ ଜଣେ ପୁର୍ବତନ ବାୟୁସେନାର‌ କର୍ମଚାରୀ। ମୋ ସ୍ବାମୀଙ୍କୁ ତାଙ୍କ ସମ୍ମାନ ଫେରାଯାଉ। କିନ୍ତୁ ଜଣେ ଅଧସ୍ତନ କର୍ମଚାରୀଙ୍କୁ ଭୟ ଦେଖାଇ ଭୁଲ ମାଗି ମାମଲା ରଫାଦଫା କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି।

ଘଟଣା ଅନୁଯାୟୀ, ଏଏସଓ ବୈକୁଣ୍ଠ ପ୍ରଧାନ ପୁରୀସ୍ଥିତ ରାଜଭବନର ପ୍ରଭାରୀ ଭାବରେ ଚଳିତ ଜୁଲାଇ ୭ ଓ ୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଓ ରହଣି ପାଇଁ ପୁରୀସ୍ଥିତ ରାଜଭବନର ପ୍ରସ୍ତୁତି ଓ ତଦାରଖ କରିବା ପାଇଁ ୫ ତାରିଖରୁ ପୁରୀ ରାଜଭବନରେ ଥିଲେ। ୭ ତାରିଖ ରାତି ପ୍ରାୟ ୧୧ଟା ୪୫ରେ ଶ୍ରୀ ପ୍ରଧାନ ତାଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହ କାର୍ଯ୍ୟାଳୟକୁ ଆସି ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ତାଙ୍କୁ ଡାକୁଥିବା କହିଥିଲେ। କାଳବିଳମ୍ବ ନ କରି ଶ୍ରୀ ପ୍ରଧାନ ରୋଷେୟା ଆକାଶଙ୍କ ସହ ସୁଇଟ୍ ନଂ-୪ରେ ଲଳିତ କୁମାରଙ୍କୁ ଭେଟିବାକୁ ଯାଇଥିଲେ। ତେବେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଶ୍ରୀ ପ୍ରଧାନଙ୍କୁ ଦେଖିବା କ୍ଷଣି ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ଅତ୍ୟନ୍ତ ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

୧୩ରୁ ୧୦ ଆସନରେ ଇଣ୍ଡିଆ ମେଣ୍ଟର ବାଜିମାତ

କେବଳ ସେତିକି ନୁହେଁ, ଓଡିଶା ରାଜ୍ୟପାଳଙ୍କ ପୁଅ ସହ ଅନ୍ୟ ୬ ଜଣ ମଧ୍ୟ ଶ୍ରୀ ପ୍ରଧାନଙ୍କୁ ଚାପୁଡ଼ା ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ଅନ୍ୟ ଏକ ସ୍ଥାନରେ ଲୁଚି ଯାଇଥିଲେ ମଧ୍ୟ ରାଜ୍ୟପାଳଙ୍କ ପୁଅ ଲଳିତର ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପୁଣି ତାଙ୍କୁ ଟାଣି ଟାଣି ୪ ନମ୍ବର ରୁମ୍ ଭିତରକୁ ଟାଣି ନେଇଥିଲେ ଓ ସେଠାରେ ସୁରକ୍ଷାକର୍ମୀ ଓ ଅନ୍ୟମାନଙ୍କ ଉପସ୍ଥିତିରେ ସେମାନେ ଶ୍ରୀ ପ୍ରଧାନଙ୍କ ମୁହଁରେ ମୁକ୍କା ମାରିବା ସହ ଗୋଇଠା ମାରିଥିଲେ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ବାରମ୍ବାର କହିଥିଲେ ଯେ, ଯଦି ସେମାନେ ମୋତେ ହତ୍ୟା କରନ୍ତି, ତେବେ ମୋତେ କେହି ବଞ୍ଚାଇ ପାରିବେ ନାହିଁ। ଏହି ଘଟଣା ସମ୍ପର୍କରେ ଜୁଲାଇ ୧୦ରେ ଶ୍ରୀ ପ୍ରଧାନ ମେଲ ଯୋଗେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।

ଜୁଲାଇ ୧୪ରୁ ଖୋଲିବ ରତ୍ନଭଣ୍ଡାର, ଏସଓପିକୁ ମିଳିଲା ମଞ୍ଜୁରୀ

Comments are closed.