www.samajalive.in
Saturday, December 13, 2025
21.1 C
Bhubaneswar

୧୩ରୁ ୧୦ ଆସନରେ ଇଣ୍ଡିଆ ମେଣ୍ଟର ବାଜିମାତ

ଡେସ୍କ: ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ବୁଧବାର ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ୨ଟି ଆସନ ଜିତିଥିବା ବେଳେ ଆମ୍ ଆଦମୀ ପାର୍ଟି ଓ ଡିଏମକେ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ବିହାରରେ ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେଡିୟୁର କଳାଧର ପ୍ରସାଦ ମଣ୍ଡଳଙ୍କୁ ୮,୨୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ପଞ୍ଜାବରେ ଶାସକ ଆମ୍ ଆଦମୀ ପାର୍ଟି ଜଳନ୍ଧର ପଶ୍ଚିମ ସଂରକ୍ଷିତ ବିଧାନସଭା ଆସନରେ ବିଜୟୀ ହୋଇଛି। ହିମାଚଳ ପ୍ରଦେଶରେ ଶାସକ କଂଗ୍ରେସ ଡେରାଡୁନ୍ ଓ ନାଲାଗଡ଼ ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ହମିରପୁର ବିଧାନସଭା ଆସନରେ ବିଜେପି ବିଜୟୀ ହୋଇଛି।

- Advertisement -

ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ରାୟଗଞ୍ଜ, ରାଣାଘାଟ ଦକ୍ଷିଣ, ମାଣିକତାଲା ଓ ବାଗଦା ଆସନରେ ବିଜୟୀ ହୋଇଛି। ଉତ୍ତରାଖଣ୍ଡର ବଦ୍ରିନାଥ ଓ ମାଙ୍ଗାଲୋର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମଧ୍ୟପ୍ରଦେଶର ଅମରୱାଡ଼ା ଆସନରେ ବିଜେପି ପ୍ରାର୍ଥୀ କମଲେଶ ପ୍ରତାପ ଶାହ ବିଜୟୀ ହୋଇଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories