ବାଲେଶ୍ୱର ଗସ୍ତରେ ରାଜ୍ୟପାଳ, ତୁରନ୍ତ ଗୃହ ଯୋଗାଇ ଦେବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ

ଡେସ୍କ: କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ କେତେ ସଫଳତା ମିଳିଛି ସେ ସଂପର୍କରେ ବ୍ୟକ୍ତିଗତ ଭାବେ ଅନୁଭୂତି ହାସଲ କରିବା ପାଇଁ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇଥିବା ରାଜ୍ୟପାଳ ରଘୁବର କହିଛନ୍ତି। ରାଜ୍ୟପାଳ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ରେମୁଣା, ନୀଳଗିରି ଓ ବାଲେଶ୍ଵର ସହରର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ରାଜ୍ୟପାଳ ରେମୁଣା ନିର୍ବାଚନ ମଣ୍ଡଳୀର ସୁତେଇ ବଡ଼ ଗାଁ ପଂଚାୟତର ବଡ଼ ଘାଇ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ପାଠ ପଢ଼ୁଥିବା କୁନି କୁନି ଛାତ୍ରଛାତ୍ରୀ ଓ ଅଙ୍ଗନବାଡି ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ପିଲାମାନେ କିଭଳି ଖାଦ୍ୟ ଖାଉଛନ୍ତି ପଚାରି ବୁଝିଥିଲେ। ପୋଷଣ ଯୋଜନାରେ ଖାଦ୍ୟ ଦେବାକୁ ସେ ପରାମର୍ଶ ଦେଇଥିଲେ।

ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ପରେ ରାଜ୍ୟପାଳ ରେମୁଣାର ପ୍ରସିଦ୍ଧ କ୍ଷୀରଚୋରା ମନ୍ଦିରରେ ପହଂଚି ଶ୍ରୀ ଶ୍ରୀ ଗୋପୀନାଥ ଜୀଉଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢା ପରିକ୍ରମା କରିଥିଲେ। ଏହି ମନ୍ଦିରର ନବୀକରଣ ଓ ଏହା ପଛରେ ଥିବା ପୌରାଣିକ ତଥ୍ୟ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସଭପତି ଓ ଜିଲ୍ଲପାଳ ଅବଗତ କରାଇଥିଲେ। ମନ୍ଦିରର ଉନ୍ନତି ଲାଗି ରାଜ୍ୟ ସରକାର ଦେଇଥିବା ଆର୍ଥିକ ଅନୁଦାନ ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଅବଗତ କରାଇଥିଲେ। ରାଜ୍ୟପାଳ ରେମୁଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଚିକିତ୍ସିତ ହେଉ ଥିବା ରୋଗୀମାନଙ୍କୁ ଭେଟି ସେମାନଙ୍କୁ କି ପ୍ରକାର ଚିକିତ୍ସା ଓ ଖାଦ୍ୟ ପ୍ରଦାନ କରାଯାଉଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଏହା ସହିତ ନୀଳଗିରିର ପୁରସ୍କାର ପ୍ରାପ୍ତ ଆଶା ଦିଦି ଯମୁନା ମଣି ସିଂଙ୍କ ସମ୍ପର୍କରେ ପଚାରି ବୁଝିଥିଲେ।

ରେଳ ବିକାଶକୁ ପ୍ରାଥମିକତା – ଓଡିଶା ପାଇଁ ୧୧ ହଜାର ୪୯୫ କୋଟି

ପରେ ରାଜ୍ୟପାଳ ନୀଳଗିରିର ମର୍ଦ୍ଦରାଜପୁରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ସହ ଭାବ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା, ଗ୍ୟାସ, ପାଣି ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ଜଣେ ଦୃଷ୍ଟିହୀନ ମହିଳା ଘର ପାଇନଥିବାରୁ ତାର କୁଡିଆ ଘର ଦେଖି ତୁରନ୍ତ ବିଡ଼ିଓଙ୍କୁ ଘର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯୁବ ଅଫିସର ମାନେ ଏ ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ।

Comments are closed.