ରେଳ ବିକାଶକୁ ପ୍ରାଥମିକତା – ଓଡିଶା ପାଇଁ ୧୧ ହଜାର ୪୯୫ କୋଟି
ଡେସ୍କ: ପୂର୍ବତଟ ରେଳପଥର ଦ୍ରୁତ ବିକାଶ ଲାଗି କେନ୍ଦ୍ର ସରକାର ଆଜି ୧୧ ହଜାର ୪୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ପାଇଁ ୧୩ ଶହ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ତାଳଚେର-ବିମଳାଗଡ଼଼ ରେଳ ଲାଇନ୍ ପାଇଁ ୫ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହି ରି ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୨୩୦ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୨୩୫ କୋଟି, ଜନଜାତୀୟ ଗୌରବ କରିଡର ପାଇଁ ୩୦୦ କୋଟି, ତାଳଚେର-ଅନୁଗୁଳ ପାଇଁ ୧୦୮ କୋଟି ଏବଂ ବାଂଶପାଣି-ଦୈତାରୀ-ଟମକା-ଜଖପୁରା ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଗତକାଲି ମଧ୍ୟବର୍ତ୍ତୀକାଳିନ ବଜେଟ୍ ଉପସ୍ଥାପନ ପରେ ଓଡ଼ିଶାକୁ ରେଳ ବଜେଟ୍ରେ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ।
ରେଳ ବିକାଶକୁ ପ୍ରାଥମିକତା – ଓଡିଶା ପାଇଁ ୧୧ ହଜାର ୪୯୫ କୋଟି pic.twitter.com/bTR2kV7YDi
— Samaja Live (@samajalive) February 2, 2024
Comments are closed.