www.samajalive.in
Monday, December 8, 2025
14.1 C
Bhubaneswar

ସାମ୍ବାଦିକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଆଲୋଚନା କରିବେ ରାଜ୍ୟପାଳ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟରତ ରାଜ୍ୟସ୍ତରୀୟ ଅଧିସ୍ୱୀକୃତପ୍ରାପ୍ତ ସାମ୍ବାଦିକମାନଙ୍କୁ ସମ୍ବାଦ ସଂଗ୍ରହ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରିଛନ୍ତି। କୌଣସି ବିଧିବଦ୍ଧ ଆଦେଶ ନଥାଇ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସାମ୍ବାଦିକମାନଙ୍କୁ ଲୋକସେବା ଭବନକୁ ଯିବାରେ ବାଧା ଦିଆଯାଉଛି। ପ୍ରେସ ସ୍ୱାଧୀନତାର ଏହି ଉଲ୍ଲଙ୍ଘନ ବିରୋଧରେ ଗତ ଜୁନ ୧୭ ତାରିଖରେ ଭୁବନେଶ୍ୱରର ସାମ୍ବାଦିକମାନଙ୍କ ପକ୍ଷରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ସାମ୍ବାଦିକଙ୍କ କର୍ତ୍ତବ୍ୟ ସଂପାଦନ ପାଇଁ ପୂର୍ବବତ ବ୍ୟବସ୍ଥା ଚାଲୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା। ଏଥିସହିତ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଦୁଇ ସପ୍ତାହ ବିତିଯାଇଥିଲେ ବି ତାହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ସୋମବାର ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ଙ୍କୁ ସାମ୍ବାଦିକମାନେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
କୋଭିଡ୍‍-୧୯ ନିୟମାବଳୀ ପ୍ରତି ସମ୍ମାନ ଜଣାଇ ସାମ୍ବାଦିକମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଗତ ଶତାବ୍ଦୀର ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ପ୍ରେସ ସ୍ୱାଧୀନତା ଉପରେ ଏପରି ହସ୍ତକ୍ଷେପ କେବେ ହୋଇନଥିଲା। ରାଜ୍ୟପାଳ ଏ ସମ୍ପର୍କରେ ତାଙ୍କ ମତ ରଖି କହିଛନ୍ତି ଯେ ସେ ଏଥିନେଇ ରାଜ୍ୟ ସରକାର ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହା ସହିତ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖି ଜଣାଇବେ। ସମଗ୍ର ବିଶ୍ୱ ଏକ ମହାମାରୀ ବିଭୀଷିକା ଦେଇ ଗତି କରୁଥିବାରୁ ଓ ଜୁଲାଇରେ ସ୍ଥିତି ଗୁରୁତର ହେବାର ସମ୍ଭାବନା ଥିବାରୁ ସାମ୍ବାଦିକମାନେ ନିଜର ସୁରକ୍ଷା ଦୃଷ୍ଟିରୁ କିଛିଦିନ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ସ୍ମାରକପତ୍ର ପ୍ରଦାନ ସମୟରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଜ୍ୟ ଶାଖା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର, ଦୁଲାଲ ମିଶ୍ର, ଅଜିତ ମହାନ୍ତି, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ବିବେକାନନ୍ଦ ଜେନା, ବୈଷ୍ଣବ ଚରଣ ଜେନା, ରମେଶ ଚନ୍ଦ୍ର ମହାନ୍ତି, ଓଡ଼ିଶା ୟୁନିୟନ ଅଫ ୱାର୍କିଂ ଜର୍ଣ୍ଣାଲିଷ୍ଟର ସଭାପତି ଭାଗବତ ତ୍ରିପାଠୀ, ଗୋପୀନାଥ ବେହେରା, ଆଲୋକ ପ୍ରଧାନ, ମାଧବାନନ୍ଦ ବେଉରା, କବିତା ସ୍ୱାଇଁ, ସ୍ମୃତି ସାମନ୍ତ, ଜଗଦୀଶ ଦାସ, ପଦାରବିନ୍ଦ ବିଶୋୟୀ, ପାର୍ଥସାରଥୀ ଜେନା, ଟୁଲୁ କୁମାର ପାତ୍ର, ଜେ.କେ. ସାନୁ, ପ୍ରଦୀପ ଚନ୍ଦ୍ର ପ୍ରଧାନ, ସନାତନ ଦଳବେହେରା, ଅକ୍ଷୟ କୁମାର ସାହୁ, ବ୍ରାହ୍ମିପ୍ରିୟା ସାମନ୍ତରାୟ, ପବିତ୍ରମୋହନ ସେନାପତି, ମନୋଜ କୁମାର ପ୍ରଧାନ, ଳକ୍ଷ୍ମୀକାନ୍ତ ଦାସ, ପ୍ରିୟ ରଞ୍ଜନ ସାହୁ, ସଞ୍ଜୟ ଦାସ, କିଶୋର ମଙ୍ଗରାଜ ଓ ପ୍ରଭାସ ରଞ୍ଜନ ଦାସଙ୍କ ସମେତ ଶତାଧିକ ସାମ୍ବାଦିକ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories