www.samajalive.in
Monday, December 8, 2025
24.1 C
Bhubaneswar

ସୀମାକୁ ସାମରିକ ଯାନ, ​ସେନା ପଠାଇଲା ଭାରତ

ନୂଆଦିଲ୍ଲୀ : ଦୀର୍ଘ ୬୦ ଦିନର ମୁହାଁମୁହିଁ ପରିସ୍ଥିତି ପରେ ସୋମବାର ଗଲୱାନ ଉପତ୍ୟକାରୁ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ଅବିଶ୍ବାସର ବାତାବରଣ ଦୂର ହୋଇ ନାହିଁ। ଚୀନ ଉପରେ ଭାରତ ବିଶ୍ବାସ କରିପାରୁ ନ ଥିବାରୁ ପୁନର୍ବାର ଏଲଏସିକୁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପ୍ରେରଣ କରିଛି।  ସୋମବାର ସୀମାନ୍ତରେ ଭାରତ ଚୀନର ସମ୍ଭାବ୍ୟ ମୁକାବିଲା ପାଇଁ ସଶସ୍ତ୍ର ସାମରିକ ଯାନ ଓ ଅଧିକ ସୈନ୍ୟ ମୁତୟନ କରିଛି। ଏଗୁଡ଼ିକୁ ଦାରବୁକ-ଶ୍ୟୋକ-ଦଉଲତ ବେଗ୍‌ ଓଲ୍‌ଡି ସଡ଼କ ନିକଟରେ ମୁତୟନ କରାଯାଇଛି। ଚୀନ ପ୍ରଥମ ଥର ପାଇଁ ଦୁଇ ଦିନ ପୂର୍ବେ ଅଧିକ ୫ହଜାର ସୈନ୍ୟ ପଠାଇଥିବା ସ୍ବୀକାର କରିବା ପରେ ହୁଏତ ଭାରତ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଏହି ସଶସ୍ତ୍ର ସାମରିକ ଯାନରୁ ଟ୍ୟାଙ୍କ ବିଧ୍ବଂଶୀ କ୍ଷେପଣାସ୍ତ୍ର ଓ ରକେଟ ନିକ୍ଷେପ ସହିତ ଗୋଳା ବର୍ଷଣ କରାଯାଇପାରିବ। ଏତଦ୍‌ବ୍ୟତୀତ ଶତ୍ରୁ ଆକ୍ରମଣରୁ ରକ୍ଷା ପୂର୍ବକ ନିଜ ଭିତରେ ସୈନ୍ୟଙ୍କୁ ସୁରକ୍ଷିତ ଭାବେ ଧରି ଆକ୍ରମଣ ଜାରି ରଖିପାରିବ। ମେସିନ ଗନ୍‌ ଭାବେ ମଧ୍ୟ ଏହା ବ୍ୟବହାର ହୋଇପାରିବ। ଏହି ଯାନ ମଧ୍ୟରେ ରହିଛି ଶରତ ବିଏମ୍‌ପି-୨; ଯାହା ସମ୍ପ୍ରତି ଭାରତର ସର୍ବାଧୁନିକ ଯୁଦ୍ଧ ଯାନ। ଏହା ଯୁଦ୍ଧ କ୍ଷେତ୍ରରେ ଘଣ୍ଟା ପ୍ରତି ପ୍ରାୟ ୬୫କିମି ବେଗରେ ଗତି କରିପାରେ। ପାଣି ଉପରେ ମଧ୍ୟ ଗତିକରିବା କ୍ଷମତା ସହ ଯେକୌଣସି ରାସ୍ତାରେ ଗଡ଼ିବାର ଦକ୍ଷତା ରଖିଛି। ଲଦାଖରେ ମୁତୟନ ଥିବା ଭାରତର ୩୦ହଜାର ସୈନ୍ୟଙ୍କୁ ଏହା ସହାୟତା ପ୍ରଦାନ କରିବ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories