www.samajalive.in
Monday, December 15, 2025
15.1 C
Bhubaneswar

ସମାଜର ମଙ୍ଗଳ ପାଇଁ ମହିଳାମାନେ ବିଜ୍ଞାନକୁ ବୃତ୍ତିଭାବେ ଗ୍ରହଣ କରନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର: ଆଜି ଦେଶର ବିକାଶ ପ୍ରକ୍ରିୟାରେ ପୁରୁଷଙ୍କ ସହ ମହିଳାମାନେ ସମକକ୍ଷ ହୋଇ ପାରିଛନ୍ତି। ଜୈବିକ ବିଜ୍ଞାନ ଓ ଜୀବ ବିଜ୍ଞାନ କ୍ଷେତ୍ରରେ ମହିଳା ବୈଜ୍ଞାନିକଙ୍କ ଅବଦାନ ବେଶ୍‌ ପ୍ରଶଂସନୀୟ। ତେବେ ପ୍ରତ୍ୟେକ ମହିଳା ଆତ୍ମବିଶ୍ବାସର ସହ ନିଜ ଲକ୍ଷ୍ୟରେ ପହଞ୍ଚିବା ଉଦ୍ୟମ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି। ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବରସରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍) ପରିସରରେ ଆୟୋଜିତ ମହିଳା ବୈଜ୍ଞାନିକ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଥିଲେ ଯେ ଆଜିର ମହିଳା କେବଳ ଏକ ନିର୍ଦିଷ୍ଟ ସ୍ଥାନ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନିଜର ଉପସ୍ଥିତି ଜାହିର କରୁଛନ୍ତି। ତେବେ ଏହା ସତ୍ତ୍ବେ ଅଧିକରୁ ଅଧିକ ମହିଳା ବିଜ୍ଞାନ ପ୍ରତି ଆଗଭର ହେବା ଜରୁରୀ। ବିଶେଷକରି ବୃତ୍ତିଧାରୀ ଓ ଜନତାଙ୍କ ମଧ୍ୟରେ ଦୂରତା ହ୍ରାସ ପାଇବା ଆବଶ୍ୟକ। ଯଦ୍ଦ୍ବାରା ଆଧୁନିକ ଜ୍ଞାନକୌଶଳ ସାଧାରଣ ଲୋକଙ୍କ ପାଖରେ କମ୍ ଖର୍ଚ୍ଚରେ ପହଞ୍ଚି ପାରିବ। ରାଜ୍ୟପାଳ ୮ ଜଣ ପିଏଚ୍‌ଡି ଗବେଷକଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଏକ ଭ୍ରାମ୍ୟମାଣ ନୂମନା ସଂଗ୍ରହ ଭ୍ୟାନ୍‌କୁ ଉଦ୍‌ଘାଟନ କରାଯାଇ ଥିଲା। ଆଦିବାସୀ ଓ ଜନଜାତିଙ୍କ ଆନୁବଂଶିକ ଗବେଷଣା ପାଇଁ ନମୂନା ସଂଗ୍ରହ ପାଇଁ ଏହି ଭ୍ୟାନ୍ ନିୟୋଜିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories