www.samajalive.in
Wednesday, December 10, 2025
17.1 C
Bhubaneswar

ଦେଶର ପ୍ରଥମ ରାଜ୍ୟ ଭାବେ ନାଗାଲାଣ୍ଡରେ ବିନା ବିରୋଧୀରେ ଚାଲିବ ସରକାର

କୋହିମା: ନୂଆ ଇତିହସ ରଚିବାକୁ ଯାଉଛି ନାଗାଲାଣ୍ଡ। ଦେଶର ଏକମାତ୍ର ରାଜ୍ୟ ଭାବେ ଏଠାରେ ବିନା ବିରୋଧୀରେ ସରକାର ଚାଲିବ। ନାଗାଲାଣ୍ଡର ସମସ୍ତ ରାଜନୈତିକ ଦଳ ବିନା ବିରୋଧୀ​‌ରେ ଏକାଠି ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଦେଶର ରାଜନୈତିକ ଇତିହାସରେ ଏକ ବିରଳ ଚିତ୍ର। ନାଗାଲାଣ୍ଡ ବିଧାନସଭାରେ ପ୍ରତିନିଧିତ୍ବ କରୁଥିବା ସମସ୍ତ ରାଜନୈତିକ ଦଳ ମିଶି ସର୍ବଦଳୀୟ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆ ସରକାରକୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସ ବୋଲି ନାମକରଣ କରାଯାଇଛି। ଏଥିରେ ବିଜେପି ମଧ୍ୟ ସାମିଲ ଅଛି।

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିୟୁ ରିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିରୋଧୀ ମୁକ୍ତ ସରକାର ଗଠନ କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ ଟ୍ବିଟ୍ କରି ଘୋଷଣା କରିଛନ୍ତି ଯେ, ନାଗାଲାଣ୍ଡରେ ବିରୋଧୀ ମୁକ୍ତ ସରକାରକୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସ (ୟୁଡିଏ) ଭାବେ ନାମକରଣ କରାଯାଇଛି। ଏନଡିପିପି, ବିଜେପି, ଏନପିଏଫ ଏବଂ ସ୍ୱାଧୀନ ବିଧାୟକମାନଙ୍କ ଦଳୀୟ ନେତା ଓ ବିଧାୟକମାନଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories