www.samajalive.in
Tuesday, December 9, 2025
17.1 C
Bhubaneswar

ଆଉ ୧୫ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର କେନ୍ଦ୍ରୀୟ କଷ୍ଟମ ବୋର୍ଡର ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସରକାର ଆୟକର ବିଭାଗର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜୁନ ୧୦ରେ ଇସ୍ତଫା ମାଗିଥିଲେ। ଏହି ସବୁ ଅଧିକାରୀ ନିୟମାବଳୀ ବିପରୀତ କାର୍ଯ୍ୟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ସରକାର ବିଭିନ୍ନ ତଦନ୍ତକାରୀ ସଂସ୍ଥାର ସୁପାରିଶ ଅନୁସାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଥିଲେ। ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିବା ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ପ୍ରମୁଖ ଆୟୁକ୍ତ ଡ. ଅନୁପ ଶ୍ରୀବାସ୍ତବ, ଆୟୁକ୍ତ ଅତୁଲ ଦୀକ୍ଷିତ୍‍, ଅତିରିକ୍ତ ଆୟୁକ୍ତ ଅଶୋକ ଆର ମହିଦା ଏବଂ ଉପାୟୁକ୍ତ ଅମରେଶ ଜୈନ, ଯୁଗ୍ମ କମିଶନର ନଲୀନ କୁମାର, ସହାୟକ କମିଶନର ଏସ୍‍ଏସ୍‍ ପାୱାନା, ଏସ୍‍ଏସ୍‍ ବିଷ୍ଟ, ବିନୋଦ କୁମାର ସାଂଙ୍ଗା, ମହମ୍ମଦ ଅଲ୍‍ତାଫଙ୍କ ସମେତ ସାଂସାର ଚନ୍ଦ, ବିନୟ ବୁର୍ଜ ସିଂହ, ଜି ଶ୍ରୀ ହର୍ଷା, ବୀରେନ୍ଦ୍ର କୁମାର ଅଗ୍ରୱାଲ ଏବଂ ରାଜୁ ସେଖର ପ୍ରମୁଖ ଅଛନ୍ତି। ଏହି ବିଭାଗ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆସୁଛି। ଅର୍ଥ ମନ୍ତ୍ରାଳୟ ନିୟମ ୫୬ ଅୁନୁସାରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories