www.samajalive.in
Sunday, December 14, 2025
17.1 C
Bhubaneswar

ଜନଗଣନା ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବ ଜାତିଗଣନା, କ୍ୟାବିନେଟରେ ହେଲା ନିଷ୍ପତ୍ତି

ଡେସ୍କ:ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ନେଇ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେତେକ ରାଜ୍ୟ ଏହା ଭଲ ଭାବେ କରିଥିବା ବେଳେ ଆଉ କେତେକ ରାଜ୍ୟ କେବଳ ରାଜନୈତିକ ଦୃଷ୍ଟିକୋଣରୁ ଏବଂ ଅଣସ୍ୱଚ୍ଛ ଢଙ୍ଗରେ ଏଭଳି ସର୍ଭେ କରିଛନ୍ତି। ଏଭଳି ସର୍ଭେ ସମାଜରେ ସନ୍ଦେହ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଏହି ସବୁ ତଥ୍ୟକୁ ଦୃଷ୍ଟିରେ ରଖି ଏବଂ ଦେଶର ସାମାଜିକ ଢାଞ୍ଚା ଯେପରି ରାଜନୀତିଦ୍ୱାରା ବ୍ୟାହତ ନ ହୁଏ, ସେଥିପାଇଁ ସର୍ବେକ୍ଷଣ ପରିବର୍ତ୍ତେ ଜନଗଣନାରେ ଜାତିଗଣନାକୁ ସ୍ୱଚ୍ଛ ଭାବେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଦେଶ ପ୍ରଗତି ଜାରି ରଖିଥିବା ବେଳେ ଏହା ସମାଜର ସାମାଜିକ ଓ ଅର୍ଥନୈତିକ ଢାଞ୍ଚାକୁ ସୁଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସମାଜର କୌଣସି ବର୍ଗରେ ଚାପ ସୃଷ୍ଟି ନକରି ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରଣୟନ କରିଥିବା ବେଳେ ଏହି ପଦକ୍ଷେପ ଦର୍ଶାଉଛି ଯେ ନରେନ୍ଦ୍ର ମୋଦି ସରକାର ସମାଜ ଓ ଦେଶର ମୂଲ୍ୟବୋଧ ଓ ସ୍ୱାର୍ଥ ପ୍ରତି ପ୍ରତିଶ୍ରୁତିବଦ୍ଧ।

- Advertisement -

ବିରୋଧୀ କଂଗ୍ରେସକୁ ଟାର୍ଗେଟ କରି ଶ୍ରୀ ବୈଷ୍ଣବ କହିଛନ୍ତି, ବିରୋଧୀ ଦଳ ଶାସିତ ସରକାର ସବୁବେଳେ ଜାତିଗତ ଜନଗଣନାକୁ ବିରୋଧ କରି ଆସୁଛନ୍ତି। ୨୦୧୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଲୋକସଭାରେ ଜାତିଗତ ଜନଗଣନା ପ୍ରସଙ୍ଗକୁ କ୍ୟାବିନେଟରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହି ବିଷୟ ଉପରେ ବିଚାର କରିବା ପାଇଁ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଅଧିକାଂଶ ରାଜନୈତିକ ଦଳ ଜାତିଗତ ଜନଗଣନା ପାଇଁ ସୁପାରିସ କରିଥିବା ସତ୍ତ୍ୱେ କଂଗ୍ରେସ ସରକାର ଜାତିଗତ ଜନଗଣନା ପରିବର୍ତ୍ତେ କେବଳ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ବୈଷ୍ଣବ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏବଂ ଏହାର ମେଣ୍ଟ ସହଯୋଗୀମାନେ ଜାତିଗତ ଜନଗଣନାକୁ କେବଳ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରିଛନ୍ତି ବୋଲି ଭଲ ଭାବରେ ବୁଝାଯାଉଛି।

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୨୨ ହଜାର ୮୬୪ କୋଟି ଟଙ୍କା ବ୍ୟୟରେ ଶିଲଙ୍ଗରୁ ସିଲଚର ପର୍ଯ୍ୟନ୍ତ ଏକ ନୂତନ ରାଜପଥକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ ଉତ୍ତର-ପୂର୍ବାଞ୍ଚଳର ବିକାଶରେ ସହାୟକ ସାବ୍ୟସ୍ତ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ରାଜପଥର ଦୈର୍ଘ୍ୟ ୧୬୬ କିଲୋମିଟରରୁ ଅଧିକ ହେବ ଏବଂ ଏହା ତ୍ରିପୁରା, ମିଜୋରାମ, ମଣିପୁର ଏବଂ ଆସାମର ବରାକ ଉପତ୍ୟକା ଅଞ୍ଚଳକୁ ଯୋଗାଯୋଗରେ ଉନ୍ନତି ଆଣିବ ବୋଲି ସେ କହିଛନ୍ତି।

ସେହିପରି ୨୦୨୫-୨୬ ପାଇଁ ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୫୫ ଟଙ୍କାକୁ ସିସିଇଏ ଅନୁମୋଦନ କରିଛି। ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନିଷ୍ପତ୍ତି ଦ୍ୱାରା ୫ କୋଟି ଆଖୁ ଚାଷୀ ଓ ଚିନି କଳରେ ନିୟୋଜିତ ୫ ଲକ୍ଷ ଶ୍ରମିକ ଉପକୃତ ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories