www.samajalive.in
Monday, December 15, 2025
17.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ରଙ୍କ ଠାରୁ ଏକ ଲକ୍ଷ ଟଙ୍କା ଠକେଇ, ଥାନାରେ ଲିଖିତ ଅଭିଯୋଗ 

ଗୋପାଳପୁର : ଅନଲାଇନ ରେ ଅଧିକ ଲାଭର ଲୋଭ ଦେଖାଇ ଜଣେ ଉଚ୍ଚ ଶିକ୍ଷିତ ପିଜି ପଢୁଆ ଛାତ୍ର ଠକାମିର ଶିକାର ହୋଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଛାତ୍ର ଜଣଙ୍କ ବିଶ୍ବବିଦ୍ୟାଳୟ ପିଜିର ଦ୍ବିତୀୟ ବର୍ଷ ଛାତ୍ର ହୋଇଥିବାବେଳେ ଘର ଆମ୍ବପୁଆରେ ବୋଲି ଜଣାପଡିଛି। ଛାତ୍ର ଜଣଙ୍କ ପ୍ରାୟ ୧ ଲକ୍ଷ ୫ ହଜାର ଟଙ୍କା ହରାଇଛନ୍ତି।
ଛାତ୍ର ମିହିର ରେଡ୍ଡୀ ଟେଲିଗ୍ରାମ ଆପର ଡ୍ରିମ ୱାର୍କ କମୁନିକେସନ ପ୍ରାଇଭେଟ ଲିମିଟେଡ଼ର ଲିଙ୍କରେ ପ୍ରଥମେ ୨ ହାଜର ଟଙ୍କା ଡିପୋଜିଟ କରିଥିଲେ। କିଛି ଦିନ ପରେ ମିହିର ଗତ ମେ  ୧୨ ତାରିଖରେ ୨ ହାଜର ୮୦୦ ରିଟନ ପାଇଥିଲେ। ଏହା ପରେ ଲିଙ୍କ ମାଧ୍ୟମରେ  ୧ ଲକ୍ଷ ୫୭ ହଜାର ଟଙ୍କା ଡିପୋଜିଟ ନେଇ ଆଲୋଚନା କରିଥିଲେ। ସେହି ବାବଦକୁ ପ୍ରଥମ କିସ୍ତିରେ  ୧୫ ହଜାର ଟଙ୍କା, ଓ ଦ୍ବିତୀୟ କିସ୍ତି ରେ ୪୦ ହଜାର ଡିପୋଜିଟ କରିବାକୁ କହିଥିଲେ। କଥାବାର୍ତ୍ତ ପ୍ରକାରରେ ଯୁବକ ଜଣକ ଟଙ୍କା  ଫେରସ୍ତ  ପାଇଁ  କହିଥିଲେ।
କିନ୍ତୁ କମ୍ପାନୀ ପୁଣି ଟଙ୍କା ବାନ୍ଧିବାକୁ କହିଥିଲେ। ୧୩ ତାରିଖରେ ପୁଣି ୨୮ ହଜାର ଓ ୨୨ ହଜାର ୧୦୦ ଶହ ଟଙ୍କା ମୋଟ ୧ ଲକ୍ଷ ୫ ହାଜର ଟଙ୍କା ପୈଠ କରିଥିଲେ। ମିହିରଙ୍କ ପକ୍ଷରୁ ଟଙ୍କା ମାଗିବାରୁ କମ୍ପାନୀ ପୁଣିଥରେ ୪୭ ହଜାର ଟଙ୍କା ଟିକସ ବାବଦରେ ପୈଠ କଲେ ଚେକ ମାଧ୍ୟମରେ ଟଙ୍କା ଫେରସ୍ତ ହେବ ବୋଲି କହିଥିଲେ। ମହିରି ମନରେ ସନ୍ଦେହ ହେବାରୁ ଠକାମିର ଶିକାର ହୋଇଥିବା ଜାଣିପାରି ଆଜି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ୧୮୪/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୁଲିସ କହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories