www.samajalive.in
Sunday, December 14, 2025
17.1 C
Bhubaneswar

ଚୋରି ମାମଲାରେ ଜଣେ ଗିରଫ 

ଗୋପାଳପୁର : ଚୋରି ମାମଲାରେ ଗୋପାଳପୁର ପୁଲିସ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ପିଲୁ ମୁଖି ବୋଲି ପୁଲିସ କହିଛି। ସୂଚନା ପ୍ରକାରେ ପୁରୁଣା ବକ୍ସିପଲ୍ଲୀ ଓ ଡ଼ିଆରପି କୋଲନିର ବି. କ୍ରିଷ୍ଣା ରାଓଙ୍କ ଲୁହା ୱେଲଡିଙ୍ଗ ଦୋକାନ ରହିଛି । ୩ ଦିନ ହେଲା ସେ ଅସୁସ୍ଥତା ଥିବାରୁ ଦୋକାନ ଖୋଲି ନଥିଲେ। ଦୋକାନର ତାଲା ବନ୍ଦ ଥିବା ଦେଖି ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଦୋକାନ ରତାଲା ଭାଙ୍ଗି ଷ୍ଟିଲ ପାଇପ, ଲୁହା ପାଇପ, ଜି ଆଇ ପାଇପ ପ୍ରାୟ ୧୦ ହଜାର ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ ।
ଦୋକାନ ଖୋଲିବା ସମୟରେ ଦୋକାନରୁ ଚୋରି ହୋଇଥିବା ଜାଣି କ୍ରିଷ୍ଣା  ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୦୯/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଦୋକାନରେ ଲାଗିଥିବା ସିସି ଫୁଟେଜକୁ ଆଧାର କରି ଆଜି ଅଭିଯୁକ୍ତ ପିଲୁକୁ ଷଣ୍ଢ ଛକ ଠାରେ ଆଜି କାବୁ କରି ପଚରା ଉଚରା କରିଥିଲା। ଚୋରି କରିଥିବା ସ୍ବୀକାର କରିବା ପରେ ତାକୁ ଆଜି  କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories