www.samajalive.in
Sunday, December 14, 2025
26.1 C
Bhubaneswar

ବଦଳିଗଲା ସରକାର ହେଲେ ବଦଳି ପାରିଲାନି ଲୁରୁପାଲି ରାସ୍ତା

ରେଙ୍ଗାଲିକ୍ୟାମ୍ପ: ସ୍ୱାସ୍ଥ୍ୟ, ଶିକ୍ଷା ଓ ରାସ୍ତା ଲୋକଙ୍କର ମୌଳିକ ଅଧିକାର ବୋଲି କୁହାଯାଉଥିବା ବେଳେ ଦୀର୍ଘ୍ ଦୁଇ ଦଶନ୍ଧି ଧରି ଅବହେଳିତ ହୋଇ ପଡ଼ିରହିଛି ଲୁରୂପାଲି ଗ୍ରାମର ମେହେରପଡ଼ାରୁ ହରିଜନ ପଡ଼ା ମଝି ରାସ୍ତା। ଅତାବିରା ବ୍ଲକ ଅନ୍ତର୍ଗତ ଏହି ଗ୍ରାମର ରାସ୍ତାଟି ଗୁଣ୍ଡିଚା ଧାମ କାଠଡେରା ସହ ଲସ୍ତଲା, କତାବଗା ଆଦି ଗ୍ରାମକୁ ସଂଯୋଗ କରେ। ରାସ୍ତାର ଉଭୟ ପାର୍ଶ୍ବରେ ଘର ରହିଥିବା ବେଳେ ମଝିରେ ପାଣି ଜମି କୃତ୍ରିମ ଜଳାଶୟର ଭ୍ରମ ସୃଷ୍ଟି କରୁଛି। ପୂର୍ବରୁ ଏକ କଳଭଟ ରହିଥିଲା ଯେଉଁଥିରେ ପାଣି ନିଷ୍କାସିତ ହୋଇ ପାରୁଥିଲା। କିନ୍ତୁ କିଛି ଅସାଧୁ ବ୍ୟକ୍ତିଙ୍କ ଜବରଦଖଲ ଯୋଗୁଁ ଆଉ ପାଣି ନିଷ୍କାସିତ ହୋଇ ପାରୁନାହିଁ।ରାସ୍ତାରେ ପାଣି ଜମି ରହିବା ଫଳରେ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବା ସହ ପିଲାମାନେ ଏହି ମଇଳା ପାଣିରେ ସ୍କୁଲ୍ ଯିବା ଆସିବା କରୁଛନ୍ତି। ଏ ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କୁ ଅନେକ ଥର ଜଣେଇ ସାରିଥିବା ପ୍ରକାଶ କରିଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ଏହି ରାସ୍ତାରେ ଏମିତି ପାଣି ଜମି ରହୁଥିଲେ ମଧ୍ୟ ଏହାର କିଛି ସମାଧାନ କରାଯାଉ ନାହିଁ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories