www.samajalive.in
Sunday, December 14, 2025
19.1 C
Bhubaneswar

ମହିଳାଙ୍କ ଘରେ ପଶି ସଂଘବଦ୍ଧ ଆକ୍ରମଣ ଓ ଲୁଟ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ହରିଜନ ସାହିରେ ରହୁଥିବା ଜନୈକ ମହିଳାଙ୍କ ଘରେ କିଛି ମହିଳା ସଂଘବଦ୍ଧ ଭାବେ ପଶି ଆକ୍ରମଣ କରିବା ସହ‌ ଲୁଟ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ହରିଜନ ସାହିରେ ରହୁଥିବା ତ୍ରିବେଣୀ ପଟ୍ଟନାୟକଙ୍କ ଘରେ ଅଚାନକ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ପି ଦମୟନ୍ତୀ ରେଡ୍ଡୀଙ୍କ ସହ ପ୍ରାୟ ୧୫ ଜଣ ମହିଳା ପଶିବା ସହ ବ୍ୟାଙ୍କ ଖାତା ମାଗିଥିଲେ।
ଏହା ପରେ ଉକ୍ତ ମହିଳାମାନେ ତ୍ରିବେଣୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ଘରର ଆଲମିରା ଭିତରେ ଥିବା ଏକ ବ୍ୟାଗ ସହ ସେଥିରେ ଥିବା ଏକ ବ୍ୟାଙ୍କ ଚେକ ବୁକ୍ ଓ ୩ହଜାର ଟଙ୍କା ସହ  ସୁନା ଅଳଙ୍କାର ଲୁଟ କରି ନେଇଯାଇଥିଲେ।ଏହାର ପ୍ରତିବାଦ କରିବାରୁ ସେମାନେ ତ୍ରିବେଣୀଙ୍କ ମୋବାଇଲ ସହ ଘରର ଆସବାବପତ୍ର ଗୁଡ଼ିକୁ ଫୋପାଡି ଦେଇଥିଲେ। ଥାନାରେ ଘଟଣା ନେଇ ଜଣାଇଥିଲେ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ନେଇ ଗୋପାଳପୁର ଥାନାରେ ତ୍ରିବେଣୀଙ୍କ ପକ୍ଷରୁ ସଲିଖିତ ଅଭିଯୋଗ କରାଯାଇଛି।
ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ମୋକଦ୍ଦମା ରୁଜ୍ଜୁ ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅନ୍ୟପଟେ ଦମୟନ୍ତୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନଥିବାରୁ ଦମୟନ୍ତୀ ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories