www.samajalive.in
Monday, December 15, 2025
26.1 C
Bhubaneswar

ନୂଆ ମ୍ୟୁଜିକ୍‌ ଭିଡିଓରେ ନବୀନ ଓଡ଼ିଶା ଓ ଭିଜନ ୫-ଟି ଅଧୀନରେ ବିକାଶର ପ୍ରଶଂସା

ଭୁବନେଶ୍ୱର, : ଦଳଗତ କାର୍ଯ୍ୟ, ପାରଦର୍ଶିତା, ପ୍ରଯୁକ୍ତିବିଦ୍ୟା, ସମୟ ଓ ରୂପାନ୍ତରଣକୁ ନେଇ ଦୂରଦର୍ଶୀ ୫-ଟି ଅଭିଯାନ ଦ୍ୱାରା ପରିଚାଳିତ ଏକ ପରିବର୍ତନମୂଳକ ଯାତ୍ରା ଆରମ୍ଭ କରି ଓଡ଼ିଶା ଏକ ବଡ଼ ପରିବର୍ତନ ଓ ବିକାଶର ଅଗ୍ରଣୀ ସ୍ଥାନରେ ରହିଛି । ଯୁବପିଢ଼ି ଓ ସେମାନଙ୍କ ଆକାଂକ୍ଷା ବିକାଶ ମଡେଲର କେନ୍ଦ୍ରବିନ୍ଦୁ ହୋଇଥିବାରୁ ଏହା ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ବହୁ ପୁରୁଣା ମୌଳିକ ଚାହିଦା ଠାରୁ ଆଗକୁ ବଢ଼ି  ବିଶ୍ୱରେ ହୋଇଥିବା ଅଗ୍ରଗତି ସହିତ ସମନ୍ୱିତ ହୋଇପାରିଛି ।

ନିକଟରେ ଉନ୍ମୋଚନ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା (ଏଓଏନଓ) ଗୀତ ହେଉଛି ଏହି ସଶକ୍ତୀକରଣ ଯାତ୍ରା ପ୍ରତି ଏକ ଉତ୍ସବର ଗୀତ ଯାହା ପ୍ରଗତି ଓ ସୁଯୋଗର ବର୍ଣ୍ଣନାକୁ ଏକତ୍ରୀତ କରିଛି । । ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ଆକାର ପ୍ରଦାନ କରିବାକୁ ଯାଉଥିବା ଏକ ପିଢ଼ିର ଲୋକମାନଙ୍କୁ ସଶକ୍ତ କରିବା ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ଏହି ଗୀତର ପ୍ରତିଟି ଛନ୍ଦରେ ଚମକ୍ରାର ଢଙ୍ଗରେ ଉପସ୍ଥାପନା କରାଯାଇଛି ଏବଂ ପ୍ରତିଟି ଦୃଶ୍ୟରେ ସବୁଜିମାଠାରୁ ଆରମ୍ଭ କରି ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, ବିଳାସପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିହୁମୁଖୀ ଆନ୍ତର୍ଜାତିକ ଷ୍ଟାଡିୟମ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ରାଜ୍ୟ ହାସଲ କରିଥିବା ରୂପାନ୍ତରଣକୁ ତୋଳି ଧରାଯାଇଛି ।
ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବାକୁ ନିଶ୍ଚିତ କରିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଏବଂ ଯୁବବର୍ଗଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ଜରିଆରେ ସମୃଦ୍ଧ କରିବା ଓ ଉଦ୍ୟମିତା ପାଇଁ କାର୍ଯ୍ୟକ୍ରମ ନୂଆ ଓଡ଼ିଶା ଭଳି ଅଭିଯାନ ଉପରେ ଏହି ମ୍ୟୁଜିକ୍‌ ଭିଡିଓରେ ଗୁରୁତ୍ୱାରୋପ କରାଯାଇଛି । ଲକ୍ଷ୍ମୀ ବସ୍‌ ସେବା ଓ ମିଶନ ଶକ୍ତି ଦର୍ଶାଉଛି କିଭଳି ସମାଜର ପ୍ରତିଟି ବର୍ଗକୁ ଧ୍ୟାନ ଦିଆଯାଇଛି ।

- Advertisement -

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories