ଚୌଦ୍ୱାର: କୁଅରେ ପଡିଯାଇ ଛଟପଟ ହେଉଥିବା ଏକ ହରିଣକୁ ଉଦ୍ଧାର କରିଛି ଚୌଦ୍ୱାର ବନବିଭାଗ। ଶନିବାର ସ୍ଥାନୀୟ ଇନ୍ଦ୍ରାଣୀପାଟଣା ଗ୍ରାମର ରାଜକିଶୋର ସ୍ୱାଇଁ ତାଙ୍କ କୁଅରୁ ପାଣି ଆଣିବାକୁ ଯାଇଥିଲେ।
ତାଙ୍କର କୁଅରେ ଏକ ହରିଣ ପଡିଯାଇଥିବା ଦେଖିବାକୁ ପାଇଥିଲେ। ହରିଣ କୁଅରେ ପଡ଼ି ଛଟପଟ ହେଉଥିବା ନେଇ ଚୌଦ୍ୱାର ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତି ଚୌଦ୍ୱାର ଅଗ୍ନିଶମ ବାହିନୀ ସହାୟାତରେ ଘଟଣାସ୍ଥଳରେ ପହଞ୍ଚି କୁଅ ଭିତରୁ ହରିଣଟିକୁ ଉଦ୍ଧାର କରିଥିଲେ।
ଉଦ୍ଧାର ହରିଣଟି ସଂପୁର୍ଣ୍ଣ ସୁସ୍ଥ ଥିବା ଓ ସ୍ଥାନୀୟ ବାଳି ଜଙ୍ଗଲରୁ ଚାଲି ଅସିଥିବା ଫରେଷ୍ଟର ମହାନ୍ତି ପ୍ରକାଶ କରିଥିଲେ। ହରିଣଟି ସୁସ୍ଥ ହେବା ପରେ ସ୍ଥାନୀୟ ଡମଡମଣୀ ଜଙ୍ଗଲରେ ଛାଡିଦିଆଯାଇଛି।



