ପାଟଣା : ଘଟଗାଁ ଥାନା ଅଞ୍ଚଳ ପିପିଳିଆ ଛକରେ ୨୦ ନଂ ଜାତୀୟ ରାଜପଥ ରେ ଶୁକ୍ରବାର ସକାଳେ ଏକ ଲୁହା ଛଡ଼ ବୋଝେଇ ୭୦୯ ଟ୍ରକ ଧକ୍କାରେ ସ୍କୁଟି ଆରୋହି ବାପପୁଅଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଘଟଗାଁ ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିଲା। ଆଜି ଘଟଣା ଗାଁ ପୁଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଚାଳକକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଟ୍ରକ ଚାଳକ ଜଣକ ଆନନ୍ଦପୁର ଅଞ୍ଚଳ ଟାଙ୍ଗର ଗ୍ରାମର ରମାକାନ୍ତ ନାୟକ(୩୩)ବୋଲି ତଦନ୍ତ କାରି ଅଧିକାରୀ ତ୍ରିନାଥ ନାଏକ ସୂଚନା ଦେଇଛନ୍ତି।
Popular Categories



