ଭୁବନେଶ୍ବର: ବଡ଼ପୁଅର ଗୁଳିମାଡ଼ରେ ମା’ ଗୁରୁତର ହୋଇଥିବା ସୂଚନା ମିଳିିଛି। ବାଣିଗୋଚ୍ଛା ଥାନା କଳସଖମଣ ଗାଁରେ ଗୁଳିମାଡ଼। ସାନଭାଇ ସହ ବଚସାରୁ ଦେଶୀବନ୍ଧୁକରୁ ଗୁଳିମାଡ଼ କରିଥିଲେ ବଡ଼ଭାଇ। ସାନ ଭାଇକୁ ଆକ୍ରମଣ ଏବଂ ବନ୍ଧୁକରୁ ଗୁଳି ମାରିବାବେଳେ ମଝିରେ ପଶି ଆସିବାରୁ ମା’କୁ ଗୁଳି ବାଜିଥିଲା। ଫଳରେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ମା’କୁ ଦଶପଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ବଡ଼ ପୁଅକୁ ପୁଲିସ ଅଟକ ରଖି ପଚରା ଉଚୁରା ଜାରି ରଖିଛି।



