www.samajalive.in
Sunday, December 14, 2025
23.1 C
Bhubaneswar

ଭଉଣୀର ଘର ପୋଡି ଭାଇ ଗିରଫ

ପାଟଣା :ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ଗ୍ରାମ ପାତ୍ର ସାହିରେ ଭଉଣୀ ସବିତା ପାତ୍ରଙ୍କ ଚାଳିଆ ରୋଷେଇ ଘରେ ନିଆଁ ଲଗାଇ ପୋଡିବା ଅଭିଯୋଗରେ ଭାଇ ନାଣ୍ଡୁ ଓରଫ ନାରଣ ପାତ୍ର (୩୬) ଗିରଫ ହୋଇଛନ୍ତି।
ମୂଷାଖୋରୀ ଗ୍ରାମରେ ବାପ ଘରେ ରହିଥିବା ସବିତା ପାତ୍ରଙ୍କର କୌଣସି କାରଣରୁ ବଡ଼ ବାପା ପୁଅ ଭାଇ ନାଣ୍ଡୁ ପାତ୍ର ସହ ଗୁରୁବାର ସନ୍ଧ୍ୟାରେ କଳି ଝଗଡା ହୋଇଥିଲା। ରାଗରେ ସବିତା ଏକ ଲୁହା ଛଡ଼ରେ ଭାଇକୁ ମାଡ଼ ମାରିଥିଲା। ଘଟଣା ପରେ ସବିତା ପଡିଶା ଘରକୁ ଟିଭି ଦେଖିବା କୁ ଚାଲି ଯାଇଥିଲେ।
ଏହାର ସୁଯୋଗ ନେଇ ଭାଇ ନାଣ୍ଡୁ ପାତ୍ର ସବିତାଙ୍କ ଅସ୍ଥାୟୀ ରୋଷେଇ ଘରକୁ ପୋଡି ଦେଇଥିଲେ।ଏନେଇ ସବିତା ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ପୁଲିସ ଅଭିଯୁକ୍ତ ଭାଇ ନାଣ୍ଡୁ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories