www.samajalive.in
Monday, December 15, 2025
15.1 C
Bhubaneswar

ଡୁରା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମ, ଭାଷା ହିଁ ଭବିଷ୍ୟତ ଆଲୋଚନାଚକ୍ର

ଗୋପାଳପୁର: ଡୁରା ସ୍ଥିତ ଡୁରା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ନୂଆ ଓ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଆଜି ଭାଷା ହିଁ ଭବିଷ୍ୟତ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପିନାକୀ ମହାନ୍ତି ଅଧ୍ୟକ୍ଷତା କରିବା ସହ ଆଲୋଚନା ଚକ୍ର ଆୟୋଜନ ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ପ୍ରଧାପିକା ମଧୁମିତା ମହାପାତ୍ର ସମ୍ମାନିତ ଅତିଥି ଭାବେ ଡୁରା ଡିଗ୍ରୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବନମାଳୀ ପାଣିଗ୍ରାହୀ ଯୋଗଦେଇ ଓଡ଼ିଆ ଭାଷାର ଇତିହାସ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିବା ସହ ଓଡ଼ିଆ ଭାଷାକୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ।ମହାମହି ମହିଳା ମହାବିଦ୍ୟାଳୟ ପ୍ରଧ୍ୟାପକ ଡ଼ ଶାନ୍ତନୁ କୁମାର ସୁନା ଯୋଗ ଦେଇ ଦୀର୍ଘ ବର୍ଷ ପରେ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଇଥିବାରୁ ସାଧୁବାଦ ଜଣାଇବା ସହ ଯୁବ ସମାଜ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ଆଗକୁ ଆସିବାକୁ ଆହ୍ବାନ ଦେଇଥିଲେ।
ସେହିପରି ଅନ୍ୟତମ ଅତିଥିଭାବେ ସମାଜ ସାମ୍ବାଦିକ ରାଜୀବ ଲୋଚନ ମିଶ୍ର ଯୋଗ ଦେଇ ଆରମ୍ଭ ହୋଇଥିବା ଓଡ଼ିଆ ଭାଷାର ସୁରକ୍ଷା ଆନ୍ଦୋଳନରେ ଯୁବ ସମାଜ ଜଣେ ଜଣେ ସାରଥି ଭାବେ ସାମିଲ୍ ହୋଇ ଏହାକୁ ବଞ୍ଚାଇବାକୁ ପଡ଼ି ବୋଲି ମତପୋଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡୁରା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ମମତାମୟୀ ରଣା ଯୋଗ ଦେଇ ଭାଷା ଯେତେ ସମୃଦ୍ଧ ହେବ ସେ ଜାତି ସେତେ ଆଗକୁ ଯାଇ ପାରିବେ ବୋଲି ମତ ରଖିଥିଲେ। ଗୁରୁବାରି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories