ବଜେଟକୁ ଅପେକ୍ଷା କରିଛନ୍ତି ଗ୍ରାମାଞ୍ଚଳର କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ
ନୂଆଦିଲ୍ଲୀ : ଦେଶରେ ସବୁଠାରୁ ଅଧିକ ରୋଜଗାର କୃଷି କ୍ଷେତ୍ରରୁ ସୃଷ୍ଟି ହୋଇଥାଏ । ଏହା ପରେ ଦ୍ବିତୀୟ ନମ୍ବରରେ କ୍ଷୁଦ୍ର ଏବଂ ମଧ୍ୟମ(ଏମଏସଏମଇ) ଉଦ୍ୟେଗ ଆସିଥାଏ । ଏବେ କ୍ଷୁଦ୍ର ଉଦ୍ୟେଗୀମାନେ ବଜେଟକୁ ଅପେକ୍ଷା କରିଛନ୍ତି । ଆଶା ରହିଛି କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ୨୦୨୪ରେ ଏମଏସଏମଇ ସେକ୍ଟରକୁ ଲକ୍ଷ୍ୟରେ ରଖି ଯୋଜନା ଆଣିବେ ।
ଉଦ୍ୟମ ପଞ୍ଜିକରଣ ପୋର୍ଟାଲ ଅନୁସାରେ ଏମଏସଏମଇ ସେକ୍ଟର ୧ ଜୁଲାଇ ୨୦୨୦ରୁ ୧ ଅଗଷ୍ଟ ୨୦୨୩ ମଧ୍ୟରେ ୧୨.୩୬ କୋଟି ଲୋକଙ୍କୁ ରୋଜଗାର ଉପଲବ୍ଧ କରାଇଛି । ଏମଏସଏମଇ ମନ୍ତ୍ରାଳୟ ମଧ୍ୟ ଏହି ଅବସରରେ ଅନେକ ଯୋଜନା ଲାଗୁ କରିଛି । ତଦନୁସାରେ ଋଣ ସହାୟତା, ନୂଆ ଉଦ୍ୟମ ବିକାଶ, ବଜାର ସହାୟତା ଭଳି ଅନେକ ମୁଦ୍ଦା ଉପରେ ଗୁରୁତ୍ବ ଦିଆଯାଇଛି ।
ଗ୍ରାମାଞ୍ଚଳରେ ଯୁବ ଉଦ୍ୟମୀଙ୍କ ପାଇଁ ଇନୋଭେସନ ଓ ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହନ ଦେଉଥିବା ସଙ୍ଗଠନ ଭାରତୀୟ ଯୁବା ଶକ୍ତି ଟ୍ରଷ୍ଟକୁ ମଧ୍ୟ ବଜେଟ ୨୦୨୪ର ଅପେକ୍ଷା ରହିଛି । ଟ୍ରଷ୍ଟ ଆଶା କରୁଛି କି ବଦଳୁଥିବା ଆର୍ଥିକ ସ୍ଥିତିକୁ ନଜରରେ ରଖି କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟେଗ ଉପରେ ରଣନୈତିକ ଫୋକସ୍ ରଖାଯିବ । ଭାରତ ଏବେ ନିବେଶକୁ ସ୍ବାଗତ କରୁଥିବା ଦେଶ ରୂପେ ଉଭା ହେଉଛି । ଏମଏସଏମଇ ଏହି ଅବସରର ଲାଭ ଉଠାଇବା ସ୍ଥିତିରେ ରହିଛି । ଯଦି ସରକାର ଗାଁରେ ଏମଏସଏମଇ ସେକ୍ଟର ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତି ତେବେ ବ୍ୟବସାୟକୁ ଚଳାଇବା ଏବଂ ଡିଜିଟାଲ୍ ଯୁଗରେ ତାଳ ସହ ତାଳ ଦେଇ ଚାଲିବାରେ ସାହାଯ୍ୟ ମିଳିବ ।
ଗ୍ରାମାଞ୍ଚଳରେ ବ୍ୟବସାୟୀମାନେ ଧିରେ ଧିରେ ଡିଜିଟାଲ ପୈଠ ପ୍ରକ୍ରିୟାକୁ ଆପଣାଉଛନ୍ତି । ଏହିଭଳି ଇ-କମର୍ସ ପ୍ଲାଟଫର୍ମର ଲାଭ ଉଠାଉଥିବା ଲୋକଙ୍କ ସଂଖ୍ୟା ସୀମିତ । ଏସବୁ ନଜରରେ ରଖି ସରକାର ଗ୍ରାମାଞ୍ଚଳରେ ଉଦ୍ୟମୀମାନଙ୍କୁ ବ୍ୟବସାୟ ସ୍ଥାପନ ଏବଂ କର ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ଉଚିତ । ଗାଁରେ ବ୍ୟବସାୟର ଅସୀମିତର କ୍ଷମତା ରହିଛି । ଏସବୁ ସିଷ୍ଟମ ସହିତ ଯୋଡି ହେଲେ ଏହା ଦେଶକୁ ଖୁବ୍ ଶୀଘ୍ର ବିଶ୍ବର ତୃତୀୟ ସବୁଠାରୁ ବଡ ଇକୋନୋମି ହେବାରେ ସାହାଯ୍ୟ କରିବ ।
Comments are closed.