www.samajalive.in
Monday, December 15, 2025
17.1 C
Bhubaneswar

ସେପଟିକ ଟ୍ୟାଙ୍କ ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ ତିନି ମୃତ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା କ୍ରମରେ ସେପଟିକ ଟ୍ୟାଙ୍କର ସେଣ୍ଟ୍ରିଙ୍ଗ ବାହାର କରିବାକୁ ଯାଇ ଜଣେ ମିସ୍ତ୍ରୀ ସମେତ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ଥାନୀୟ ଅଞ୍ଚଳର ଅନ୍ୟ ଦୁଇଜଣ ଗ୍ରାମବାସୀଙ୍କ ଶ୍ୱାସରୁଦ୍ଧ ହୋଇ ଦୁଃଖଦ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକମାନେ ହେଲେ ବିକ୍ରମପୁର ଗ୍ରାମର ମିସ୍ତ୍ରୀ ଏମ. ସଦାନନ୍ଦମ ରେଡ୍ଡୀ (୪୨) ଓ ଦୁଇ ଗ୍ରାମବାସୀ ବି କ୍ରିଷ୍ଣା ରେଡ୍ଡୀ (୫୨) ଓ ତାରେଣେୟା ରେଡ୍ଡୀ ବୋଲି ଜଣାପଡିଛି।

ବିକ୍ରମପୁର ଗ୍ରାମରେ ପି.ସିଦ୍ଧେଶ୍ବର ରେଡ୍ଡୀଙ୍କ ଘର କାମରେ ସଦାନନ୍ଦମ ମିସ୍ତ୍ରୀ ଭାବେ କାମ କରୁଥିଲେ। ଘର ସମ୍ମୁଖରେ ନିର୍ମିତ ହୋଇଥିବା ସେପଟିକ ଟ୍ୟାଙ୍କର ସେଣ୍ଟ୍ରିଙ୍ଗ୍ ବାହାର କରିବା ନିମନ୍ତେ ସଦାନନ୍ଦମ ଅପରାହ୍ନ ସାଢେ଼ ୫ଟା ବେଳେ ସେପଟିକ ଟ୍ୟାଙ୍କ ଭିତରେ ଓହ୍ଲାଇ ଥିଲେ। କିନ୍ତୁ ଦୀର୍ଘ ସମୟ ଧରି ବାହାରକୁ ନ ବାହାରିବାରୁ ସେଠାରେ ଥିବା ଶ୍ରମିକମାନେ ହୋହାଲ୍ଲା କରିଥିଲେ।ଏହା ଦେଖି ସିଦ୍ଧେଶ୍ୱରଙ୍କ ପଡୋଶୀ ଥିବା କ୍ରିଷ୍ଣା ଓ ତାରଣେୟା ଜଣେ ପରେ ଜଣେ ଭିତରକୁ ଯାଇ ବାହାରକୁ ବାହାରିନଥିଲେ।ଏହି ଘଟଣାକୁ ନେଇ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ତିନିଜଣଙ୍କୁ ବାହାରକୁ କାଡିବା ପରେ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ ସୁଦ୍ଧା ସେଠାରେ ଡ୍ୟୁଟିରେ ଥିବା ଡ଼ାକ୍ତର ଡଃ ଆଦିତ୍ୟ ନାରାୟଣ ଦାସ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଘଟଣା ପରେ ସ୍ଥାନୀୟ କରାପଲ୍ଲୀ ସରପଞ୍ଚଙ୍କ ପ୍ରତିନିଧି ଏସ ଧର୍ମରାଜ ରେଡ୍ଡୀ ଘଟଣା ସ୍ଥଳ ସମେତ ବ୍ରହ୍ମପୁର ବଡ ମେଡିକାଲ ରେ ରହି ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories