www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଫେସରଙ୍କୁ ଚପଲରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି କାଉନସିଲ କାର୍ଯ୍ୟାଳୟ ପରିସରେ ଥିବା ଇଂରାଜୀ ବିଭାଗର ଆସୋସିଏଟ ପ୍ରଫେସରଙ୍କୁ ଚପଲରେ ମାଡ଼ ମାରୁଥିବା ଏକ ଭିଡ଼ିଓ ଭାଇରଲ ହୋଇଛି। ଭିଡିଓରେ ଚିତ୍ର ପ୍ରକାରେ ଆଜି ସକାଳ ପ୍ରାୟ ସାଢ଼େ୧୧ଟା ସମୟରେ ଇଂରାଜୀ ବିଭାଗର ଆସୋସିଏଟ ପ୍ରଫେସର ନିଜ ଚାମ୍ବରରେ ବସିଥିବା ବେଳେ ଏକ ମହିଳା ପ୍ରାୟ ୧୧:୫୦ ସମୟରେ ଆସି ପାଟି ତୁଣ୍ଡ କରିବା ସହ ରୁମରେ ପଶି ଭିତର ପଟୁ କବାଟ ଦେଇ ପ୍ରାୟ ଅଧା ଘଣ୍ଟା ସମୟ ଧରି ପାଟି ତୁଣ୍ଡ ସହ ମାଡ଼ ମାରିଥିଲେ। ଏହା ଜାଣି କିଛି ଅଧ୍ୟାପକ ଅଧ୍ୟାପିକା ପାଟି ଶୁଣି କବାଟ ଖୋଲିବା ପାଇଁ କବାଟ ବାଡ଼େଇ ଥିଲେ। କବାଟ ନ ଖୋଲିବାରୁ କିଛି କର୍ମଚାରୀ ଏବଂ ନିରାପତ୍ତା ଅଧିକାରୀଙ୍କୁ ଘଟଣା ନେଇ ଜଣାଇଥିଲେ। କେତେକ କର୍ମଚାରୀ ସେଠାରେ ପହଞ୍ଚି କବାଟ ବାଡେଇବା ପରେ ନ ଖୋଲିବାରୁ ରୁମର ଭେଂଟଟିଲେସନ ପଟୁ ଦେଖିବା ବେଳେ ଏକ ମହିଳା ଆସୋସେଟ ପ୍ରଫେସରଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଉକ୍ତ କୋଠରୀର କବାଟ ଖୋଲା ଯାଇଥିଲା।

ପଚରାଉଚାର ପରେ ଜଣାପଡିଲା ଯେ ମହିଳା ଜଣକ ତାଙ୍କର ଧର୍ମ ପତ୍ନୀ ବୋଲି। ଉଭୟଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ଘଟଣା ବୋଲି ଶୁଣିବାକୁ ମିଳୁଛି। ଏ ନେଇ ଆଜି ଦାୟିତ୍ଵରେ ଥିବା ପିଜି କାଉନସିଲ ଅଧକ୍ଷ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସହ ଯୋଗାଯୋଗ ବେଳେ ଖବର ଜାଣିଥିବା କହିବା ସହ ଘଟଣା ନେଇ କୌଣସି ଅଭିଯୋଗ ହୋଇନଥିବା କହିଥିଲେ। ଏନେଇ ଆସୋସିଏଟ ପ୍ରଫେସରଙ୍କ ସହ ଯୋଗାଯୋଗ ବେଳେ ପାରିବାରିକ ଅଶାନ୍ତଆସନ୍ତି ଯୋଗୁଁ ଏଭଳି ଘଟଣା ହୋଇଥିବା କହିଛନ୍ତି। ଆସୋସିଏଟ ପ୍ରଫେସରଙ୍କ ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ଏବଂ ଇଂରାଜୀ ବିଭାଗର କିଛି କାର୍ଯ୍ୟକଳାପକୁ ଲୋକଲୋଚନ କୁ ନ ଆଣିବା ପାଇଁ ବିଭାଗର କିଛି ଅଧ୍ୟାପକ ଅଧ୍ୟାପିକାଙ୍କ ଏହି ଘଟଣାରେ ସମ୍ପୃକ୍ତ ଥିବା ଏବଂ ପ୍ରଫେସରଙ୍କ ପତ୍ନୀଙ୍କୁ ଭୂଲ ତଥ୍ୟ ଦେଇ ଏପରି ଘଟଣା ଘଟାଇବାକୁ ଉସୁକେଇ ଥିବା ନେଇ କ୍ୟାମ୍ପସ ପରିସରରେ ଚର୍ଚ୍ଚା ହେଉଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories