www.samajalive.in
Saturday, December 6, 2025
16.1 C
Bhubaneswar

ଦିନରେ ମିସ୍ତ୍ରୀ ; ରାତିରେ ଚୋର ; ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଗୋପାଳପୁର : ଦିନରେ ମିସ୍ତ୍ରୀ , ରାତିରେ ଚୋର । ଗୋଳନ୍ଥରା ପୁଲିସ ପକ୍ଷରୁ ଏହି ୪ ଜଣିଆ ଚୋର ଦଳକୁ କାବୁ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଚୋରି କରାଯାଇଥିବା ବିଭିନ୍ନ ସାମଗ୍ରୀ ସହ ଦୁଇଟି ନମ୍ବର ବିହୀନ ମୋଟରସାଇକେଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ  ପୁଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ  ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟର ନିରଞ୍ଜନ ସେଠୀ ଓ ସଞ୍ଜୟ ସେଠୀ ମଦନମୋହନପୁରର ବିନୋଦ ପ୍ରଧାନ ଓ ବୁଡୁ ପ୍ରଧାନ ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କ ଠାରୁ ଗୋଟିଏ ଲୁହା ଗ୍ରିଲ,ଦୁଇଟି ନମ୍ବର ବିହୀନ ମୋଟରସାଇକେଲ,ତିନଟି ପାଣି ମୋଟର ଉଦ୍ଧାର କରାଯାଇଥିବା ବେଳେ ଏମାନଙ୍କ ସହଯୋଗୀ ରହିଥିବା କନିଷି ହାଟର ଲକ୍ଷ୍ମୀ ମାହାରଣା ଫେରାର ହୋଇ ଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ ଗତ ଏପ୍ରିଲ ୩ ତାରିଖରେ ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ନେହରୁ ନଗର ୨ ୟ ଲେନ ନିବାସୀ ବସନ୍ତ କୁମାର ପଣ୍ଡା ଙ୍କ ପକ୍ଷରୁ ଦୁବପଲ୍ଲୀ ଠାରେ ନିର୍ମାଣଧିନ କୋଠା ପରିସରରୁ ତାଲା ଭାଙ୍ଗି ଗୋଟିଏ ଲୁହାଗ୍ରିଲ ଓ ଦୁଇଟି ପାଣି ପମ୍ପ ଚୋରି ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା।ଏହା ମଧ୍ୟରେ ପୁଲିସ ପକ୍ଷରୁ ଘରକାମରେ ନିୟୋଜିତ ରହିଥିବା ମିସ୍ତ୍ରୀ ନିରଞ୍ଜନ ସେଠୀକୁ ସନ୍ଦେହରେ ଆଣି ପଚରାଉଚରା କରିବା ସମୟରେ ସେ ଓ ତାହାର କିଛି ସାଙ୍ଗ ମିଶି ଚୋରି କରିଥିବା ସ୍ବିକାର କରିଥିଲା।
ଏହାକୁ ଆଧାର କରି ପୁଲିସ ପକ୍ଷରୁ ସୋମବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉପରୋକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିବା ସହ ୨୬୯/୨୨ ରେ ମାମଲା ରୁଜୁ  ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ ଯେ ନିରଞ୍ଜନ ସେଠୀ ଦିନ ସମୟରେ  କୋଠା କାମରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ଚାବି ପଡି ରହୁଥିବା ଘର ଗୁଡ଼ିକର ନିଜର ଗ୍ୟାଙ୍ଗ ମାନଙ୍କୁ ନେଇ ରାତିରେ ଚୋରି କରୁଥିଲା। ଉଦ୍ଧାର କରାଯାଇଥିବା ଦୁଇଟି ମୋଟରସାଇକେଲ ମଧ୍ୟରୁ ଗୋଟିଏ ଜଗଦଲପୁର ଓ ଅନ୍ୟଟି ଛତ୍ରପୁର ଅଞ୍ଚଳରୁ ଚୋରି କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ‌ଆଗାମି ଦିନରେ ଉଦ୍ଧାର କରାଯାଇଥିବା ସମସ୍ତ ସାମଗ୍ରୀଙ୍କୁ ପ୍ରକୃତ ମାଲିକଙ୍କୁ ପ୍ରଦାନ କରାଯିବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories