www.samajalive.in
Saturday, December 6, 2025
23.1 C
Bhubaneswar

ସମାଜ ପ୍ରଭାବ: ଅଟକିଥିବା ପୋଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ପାତ୍ରପୁର: ପାତ୍ରପୁର ବ୍ଳକ ଆନ୍ଧ୍ର ସୀମାନ୍ତ ପଥରେ ଥିବା ମହେନ୍ଦ୍ର ତନୟା ନଦୀ ପୋଲ କାର୍ଯ୍ୟ ପୁନଦିରେ ଅଟକିଥିବା ନେଇ ବାରମ୍ବାର ‘ସମାଜ’ରେ ଖବର ପ୍ରକାଶ ପରେ ପ୍ରଶାସନ ଜାଗି ଉଠିଛି। ଏବେ ପୁନଦିରେ ଅଟକିଥିବା ପୋଲ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାହାରି ଫଳରେ ପାତ୍ରପୁର ବ୍ଲକର ପନ୍ଦରରୁ ଊର୍ଦ୍ଧ୍ବ ଆଦିବାସୀ ଗ୍ରାମର ଲୋକମାନଙ୍କ ଆନ୍ଧ୍ର ପଥଦେଇ ଯାତାୟାତରେ ସୁବିଧା ହୋଇପାରିବ। ପାତ୍ରପୁର ବ୍ଳକର ସୀମାନ୍ତ ଦୁଇଟି ପଞ୍ଚାୟତର ପନ୍ଦର ଆଦିବାସୀ ଗ୍ରାମର ଲୋକମାନେ ନଦୀ ଅପର ପାର୍ଶ୍ୱରେ ରହୁଥିବା ବେଳେ ଗଜପତି ଜିଲ୍ଲା ରାୟଗଡା ବ୍ଳକ ପକ୍ଷରୁ ପୋଲ ନିର୍ମାଣ ହେବା ଫଳରେ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି। ପାତ୍ରପୁର ବ୍ଳକ ତୁମ୍ବା ବୁରାତାଲ ପଂଚାୟତର ଗୁଡିଖଳା ଲାଇଡା ଡାବୁଥଳି ଗୁଡିପଦର ବାତରା ସାହି କୁସମଳା ତାଳବାଡ ଆଦି ପନ୍ଦରରୁ ଊର୍ଦ୍ଧ୍ବ ଗ୍ରାମର ଲୋକମାନେ ଆନ୍ଧ୍ର ସୀମାନ୍ତ ଜଙ୍ଗଲ ଘେରା ମଧ୍ୟରେ ବସବାସ କରନ୍ତି। ଏହିସବୁ ଗ୍ରାମକୁ ଯିବାକୁ ହେଲେ ପାତ୍ରପୁରଠାରୁ ତୁମ୍ବା ଯାଇ ଗୌଡୁଣି ନିକଟରେ ଗୋଟିଏ ନଦୀ ପାର ହେବାପରେ ପୁଣି ଆନ୍ଧ୍ର କୁରୁଡାଲ ନିକଟରେ ଅନ୍ୟ ଗୋଟିଏ ନଦୀ ପାର ହେବାକୁ ପଡୁଛି। ଏହି ଅଞ୍ଚଳକୁ ଆନ୍ଧ୍ର କୁରୁଡାଲ ଗ୍ରାମପାର ହେବାପରେ ମହେନ୍ଦ୍ର ତନୟା ଜଳ ଭଣ୍ଡାର ତଳ ଅଂଶରେ ନଦୀ ପାର ହୋଇ ଗୁଡିଖଳା ଗ୍ରାମ ପାର୍ଶ୍ୱରେ ପହଞ୍ଚି ବିଭିନ୍ନ ଗ୍ରାମକୁ ଯିବାକୁ ପଡୁଛି। ତେବେ ଗୁଡିଖଳା ଗ୍ରାମଟି ଗଜପତି ଜିଲ୍ଲା ରାୟଗଡ ବ୍ଳକରେ ଥିବା ଯୋଗୁଁ ଲୋକଙ୍କୁ ଆନ୍ଧ୍ର ପଥରେ ଆନ୍ଧ୍ର ସୀମା ଅତିକ୍ରମ ପରେ ମହେନ୍ଦ୍ର ତନୟା ନଦୀ ପାର ହେବାକୁ ପଡୁଥିଲା। ଏହାକୁ ଦେଖି ଗଜପତି ଜିଲ୍ଲା ରାୟଗଡ ବ୍ଲକ ତରଫରୁ ଗୁଡିଖଳା ନିକଟ ନଦୀରେ ଏକ ପୋଲ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାରି ଫଳରେ ଗୁଡିଖଳା ସମେତ ପାତ୍ରପୁର ବ୍ଲକ ପନ୍ଦରରୁ ଊର୍ଦ୍ଧ୍ବ ଆଦିବାସୀ ଗ୍ରାମର ଲୋକମାନେ ବର୍ଷାଦିନରେ ଭୋଗୁଥିବା ଅସୁବିଧା ଦୂର ହେବା ଲକ୍ଷ୍ୟ ରହିଥିଲା। ତେବେ ଏହି ପୋଲ ନିର୍ମାଣ କାର୍ଯ୍ୟ ପୁନାଦିରେ ଦୁଇ ବର୍ଷ ହେଲା ଅଟକି ଥିବା ବେଳେ ବାରମ୍ବାର ଖବର ପ୍ରକାଶ ପରେ ଗଜପତି ଜିଲ୍ଲା ରାୟଗଡ ବ୍ଳକ ତରଫରୁ ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନଦୀ ମଧ୍ୟରେ ଓସାରରେ ତିନିଟି ବଡ ସିମେଣ୍ଟ ପାଇପ ସଂଯୋଗ କରିବା ସହ ଦଶରୁ ଉର୍ଦ୍ଧ ଜଳ ନିର୍ଗମ ପଥ ପାଇଁ ପାଇପ ପକାଇ ଉପରେ ସିମେଣ୍ଟ ଢଳେଇ କରି ପକ୍କା ପଥ ନିର୍ମାଣ ହୋଇଛି। ବର୍ଷାଦିନକୁ ଦେଖି କାର୍ୟ୍ୟଶେଷହେବା ଲକ୍ଷ ରହିଛି। ଗୁଡିଖଳା ଗ୍ରାମଟି ପାତ୍ରପୁର ବ୍ଲକ ବୁରତାଲ ପଞ୍ଚାୟତ ଅଧୀନରେ ରହିଛି।

ସେହିପରି ଗ୍ରାମଟି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ଏବଂ ଆନ୍ଧ୍ର ପ୍ରଦେଶ ମଞ୍ଜୁସାମଣ୍ଡଳ ବୁଡାରସିଂ ପଂଚାୟତ ଅଧୀନରେ ରହିଛି। ତେବେ ଗୁଡିଖଳା ଗ୍ରାମକୁ ଆନ୍ଧ୍ର କୁରୁଡାଲ ଗ୍ରାମଠାରୁ ନଦୀ ପର୍ଯ୍ୟନ୍ତ ଆନ୍ଧ୍ର ବୁଡାର ସିଂ ପଂଚାୟତ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଦୁଇ ମାସ ପୂର୍ବେ ହୋଇଛି। ସେହିପରି ଗଜପତି ଜିଲ୍ଲା ରାୟଗଡ ବ୍ଳକ ଗଙ୍ଗା ବାଡ ପଂଚାୟତ ପକ୍ଷରୁ ବିଜୁ ସେତୁ ଯୋଜନାରେ ପୋଲନିର୍ମାଣ ଶେଷ କରିବା ପାଇଁ କାର୍ଯ୍ୟ ଚାଲିଛି। ଏହି ପୋଲ ନିର୍ମାଣ ପରେ ପାତ୍ରପୁର ବ୍ଳକର ଗୁଡିଖଳା ଗ୍ରାମ ସହିତ ପନ୍ଦରରୁ ଊର୍ଦ୍ଧ୍ବ ଆଦିବାସୀ ଗ୍ରାମର ଲୋକମାନେ ଆନ୍ଧ୍ର ପଥରେ ପାତ୍ରପୁର ପ୍ରାୟ କୋଡ଼ଏ କିଲୋମିଟର ଅଧିକା ପଥ ଅତିକ୍ରମ କରି ଯାତାୟାତ ସୁବିଧା ମିଳି ପାରିବ। ତେବେ ପାତ୍ରପୁରରୁ ତୁମ୍ବାଦେଇ ଏହିସବୁ ଗ୍ରାମକୁ ଯିବା ପଥରେ ଥିବା ଅନ୍ୟ ଗୋଟିଏ ନଦୀରେ ପୋଲ ନିର୍ମାଣ ହେଲେ ବର୍ଷା ଦିନମାନଙ୍କରେ ଲୋକଙ୍କ ଲାଗି ରହିଥିବା ଦୀର୍ଘ ଦିନର କଷ୍ଟ ଦୂର ହୋଇପାରିବ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories