www.samajalive.in
Saturday, December 6, 2025
14.1 C
Bhubaneswar

ବାସ୍ତୁ : ଦୂର ହେବ ଆର୍ଥିକ ସମସ୍ୟା , ପର୍ସରୁ ଖାଲି ହେବ ନାହିଁ ଟଙ୍କା

ଅଧିକାଂଶ ସମୟରେ ଶୁଣିଥିବେ ଟଙ୍କାପଇସା ରୋଜଗାର ହେଲେ ମଧ୍ୟ ଆଶନୁରୂପକ ସଞ୍ଚୟ ହୋଇ ପାରି ନଥାଏ। ପରିଶ୍ରମ ପରେ ମଧ୍ୟ ଆଶାନୁରୂପକ ସଞ୍ଚୟ ହୋଇ ପାରୁ ନଥିଲେ,ପରିବାରରେ ସମସ୍ୟା ଲାଗି ରହୁଥିଲେ,ସଫଳତା ମିଳୁନଥିଲେ,ଧନ ଜନିତ ସମସ୍ୟା ମଧ୍ୟ ଲାଗି ରହୁଥିଲେ କିଛି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ଘରେ ଥିବା ବାସ୍ତୁ ଜନିତ ସମସ୍ୟା କାରଣରୁ ଏଭଳି ହୋଇଥାଏ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ଧନର ଅଭାବ,ରୋଗ ଓ ଗ୍ରହ ଦୋଷରୁ ମୁକ୍ତି ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ଶୁଭଫଳ ମିଳିଥାଏ। ପର୍ସରେ ଓ ଘରେ ଟଙ୍କା ଖାଲି ହୋଇନଥାଏ। ଘରେ ସୁଖସମୃଦ୍ଧି ଆସିବା ସହ ଦେବୀ ଲକ୍ଷ୍ମୀ ଓ ଭଗବାନ କୁବେରଙ୍କ କୃପା ସର୍ବଦା ରହିଥାଏ।
ଭଗବାନ ଗଣେଶଙ୍କୁ ପ୍ରଥମ ପୂଜ୍ୟ ଓ ବିଘ୍ନହର୍ତ୍ତା କୁହାଯାଏ। ଶୁଭକାର୍ଯ୍ୟ ଓ ମଙ୍ଗଳକାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଏ। ଏହାସହ ଘରେ ପ୍ରଭୁଙ୍କ ଫଟୋ ରଖିବା ଦ୍ୱାରା ଜୀବନରେ ଧନର ଅଭାବ ଦୂର କରିବା ସହ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ। ଶୁଭଫଳ ପ୍ରାପ୍ତି ହୋଇଥାଏ। ଟଙ୍କାର ଆଦୌ ଅଭାବ ହୋଇନଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ବଂଶୀ ଘରେ ଥିବା ବାସ୍ତୁ ଦୋଷକୁ ଦୂର କରିଥାଏ। ହିନ୍ଦୁଧର୍ମରେ ବଂଶୀକୁ ପୂଜନୀୟ ବୋଲି କୁହାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ବଂଶୀ ଖୁବ୍‍ ପ୍ରିୟ। ଯେଉଁ ଘରେ ପୂଜା ସ୍ଥାନରେ ବଂଶୀ ରଖାଯାଏ, ସେଠାରେ ସର୍ବଦା ସୁଖସମୃଦ୍ଧିର ବାସ ହୋଇଥାଏ। ବଂଶୀ ବ୍ୟବସାୟରେ ମଧ୍ୟ ଉନ୍ନତି କରିଥାଏ। କର୍ମକ୍ଷେତ୍ରରେ ସଫଳତା ମିଳିଥାଏ। ଘରର ବାସ୍ତୁ ଦୋଷ ଦୂର ପାଇଁ ମୟୁର ପୁଚ୍ଛ ମଧ୍ୟ ବେଶ ଉପକାରୀ। ଏହାକୁ ଘରେ ରଖିବା ଦ୍ୱାରା ଘରେ ଆଦୌ ଟଙ୍କାର ଅଭାବ ହୋଇନଥାଏ।
ମା’ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ଭଗବାନ କୁବେରଙ୍କୁ ମଧ୍ୟ ଧନର ଦେବତା କୁହାଯାଏ। ତେଣୁ ଧନର ବୃଦ୍ଧି ଓ ପର୍ସରେ ସର୍ବଦା ଟଙ୍କା ରହିବା ପାଇଁ ଘରେ ମା’ଲକ୍ଷ୍ମୀଙ୍କ ଫଟୋ ସହ କୁବେରଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ଶଙ୍ଖ ସକରାତ୍ମକ ଶକ୍ତି, ଯଶ ଓ ଆତ୍ମବିଶ୍ୱାସର କାରକ। ବାସ୍ତୁରେ ବର୍ଣ୍ଣନା କରାଯାଇଛି,ଯେଉଁ ଘରେ ଶଙ୍ଖ ରହିଥାଏ,ସେଠାରେ ବାସ୍ତୁ ଦୋଷ ରଖେ ନାହିଁ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଶଙ୍ଖ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ଖୁବ ପ୍ରିୟ। ଘରେ ଶଙ୍ଖ ରଖିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।
ମାନ୍ୟତା ଅନୁଯାୟୀ, ଘରେ ସର୍ବଦା ଏକାକ୍ଷୀ ବିଶିଷ୍ଟ ନଡିଆ ରଖନ୍ତୁ। ଏହା ମା’ଲକ୍ଷ୍ମୀଙ୍କୁ ଖୁବ ପ୍ରିୟ। ଏହାକୁ ଶ୍ରୀଫଳ ମଧ୍ୟ କୁହାଯାଏ। ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମଧ୍ୟ କୁହାଯାଏ। ଏହି ନଡିଆ ଘରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories