www.samajalive.in
Monday, December 15, 2025
26.1 C
Bhubaneswar

ଝିଅକୁ ବିଷଦେଇ ହତ୍ୟା ଉଦ୍ୟମ ଅଭିଯୋଗ, ବାପାଙ୍କୁ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଝିଅକୁ ବିଷ ଦେଇ ଦେଇ ହତ୍ୟା ଉଦ୍ୟମ ଅଭିଯୋଗରେ ବାପାଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ମା’ର ଅଭିଯୋଗ ଆଧାରରେ ଜନ୍ମିତ ଝିଅକୁ ବାପା ବିଷ ଦେଇ ହତ୍ୟା ଉଦ୍ୟମ ମାମଲାରେ ମାଁ ର ପୁଲିସ ବାପାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଇ.ବାଲାଜି ପାତ୍ର (୬୫) ବୋଲି ପୁଲିସ ସୂଚନା ଦେଇଛି।
ବାଲଜିଙ୍କ ସ୍ତ୍ରୀ ପାର୍ବତୀ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ୫ ଝିଅ ଓ ଗୋଟିଏ ପୁଅ ଥିବାବେଳେ ବଡଝିଅ ଇ.ଡାଲାମ୍ମା , ଶିଶୁ ସମୟରୁ ପୋଲିଓ ଗ୍ରସ୍ତ ରହିବା ସହ କେରଳର ଏକ ବେସରକାରୀ କମ୍ପାନୀରେ କାମ କରି ଆସୁଥିଲେ। କିନ୍ତୁ ଅଧିକାଂଶ ସମୟରେ ବାପା ବାଲାଜୀ ପାତ୍ର, ଝିଅ ଡାଲାମ୍ମା ବିକଳାଙ୍ଗ ହୋଇ ଜନ୍ମ ହୋଇଥିବାରୁ ଅନେକ ସମୟରେ ଗାଳି ଗୁଲଜ କରିବା ସହ ତାଙ୍କର ମାନ ଇଜ୍ଜିତ ଖରାପ କରୁଥିବା ଅଭିଯୋଗ କରି ଆସୁଥିଲେ। ଏହା ମଧ୍ୟରେ ଗତ ୧୪ ତାରିଖରେ ଡାଲାମ୍ମା କେରଳରୁ ଘରକୁ ଫେରିଥିଲେ। ଏହା ପରେ ପୁଣି ଥରେ ବାପା , ଝିଅ କୁ ଗାଳିଗୁଲଜ କରିବା ସହ ଅନ୍ତସ୍ବତ୍ତା ହୋଇଥିବା କହି ଝଗଡା କରିଥିଲେ। ଗତ ୧୯ ତାରିଖ ଅପରାହ୍ନ ରେ ଘରେ କେହି ନଥିବା ର ସୁଯୋଗ ବାପା ବାଲାଜୀ ନିଜର ବିକଳାଙ୍ଗ ଝିଅ ଡାଲାମ୍ମାକୁ ଉପର ଘର ମହଲାରେ ଜୋର ଜବରଦସ୍ତ କୀଟନାଶକ ଔଷଧ ପିଆଇ ମାରି ଦେବାକୁ ଉଦ୍ୟମ କରିବା ସହ ଔଷଧ ପିଆଇ ଦେଇଥିଲେ। ଏହି ସମୟରେ ଅଚାନକ ବାଲାଜୀଙ୍କ ସ୍ତ୍ରୀ ପାର୍ବତୀ ଘରେ ପହଞ୍ଚିବା ସମୟରେ ଉପର ମହଲାରୁ ଝିଅର ପାଟି ଶୁଣି ସେଠାକୁ ଯାଇଥିଲେ ଏବଂ ବାଲାଜୀ ନିଜ ଝିଅକୁ କିଟନାଶକ ଖୁଆଇ ଦେଇଥିବା ଦେଖିଥିଲେ। ଘଟଣା ପରେ ବାଲାଜୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।
ଘଟଣା ପରେ ପାର୍ବତୀ ସଙ୍ଗେ ସଙ୍ଗେ ଗୁରୁତର ଥିବା ଡାଲାମ୍ମାକୁ ବ୍ରହ୍ମପୁର ବଡ ମେଡିକାଲ ନେଇ ସେଠାରେ ଚିକିତ୍ସା କରାଇଥିଲେ। କିନ୍ତୁ ଝିଅ ର ଅବସ୍ଥା ଗୁରୁତର ଥିବାରୁ ଆଇସିୟୁ ରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି। ଅନ୍ୟ ପଟେ ଘଟଣା ନେଇ ଶନିବାର ଦିନ ପାର୍ବତୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୫୯/୨୨ ରେ ଏକ ମାମଲା ରୁଜୁ କରିବା ସହ ଆଜି ଅଭିଯୁକ୍ତ ବାପା ବାଲଜୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିବା ସହ ଝିଅକୁ କୀଟନାଶକ ପିଆଇ ହତ୍ୟା ଉଦ୍ୟମ କରିଥିବା କୀଟନାଶକ ବୋତଲକୁ ଜବତ କରାଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories