www.samajalive.in
Sunday, December 14, 2025
17.1 C
Bhubaneswar

ଆକାଶବାଣୀ ନେକ୍ସେଟ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ

ଗୋପାଳପୁର: ବ୍ରହ୍ମପୁର ପ୍ରସାରଭାରତୀ ଆକାଶବାଣୀ କେନ୍ଦ୍ର ଦ୍ଵାରା ପ୍ରସ୍ତୁତ ଏ.ଆଇ.ଆର୍ ନେକ୍ସେଟ୍ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏଥିରେ ଉପସ୍ଥାପକ ଭାବେ ରେଡିଓ ଜକି ଶିବାନନ୍ଦ ବାରିକ ଓ ରଶ୍ମିତା କୁମାରୀ ଦଳାଇ ଉପସ୍ଥାପକ ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହାର ଆଲୋଚ୍ୟ ପ୍ରସଙ୍ଗଟି ଥିଲା ‘ନିଶାମୁକ୍ତ ସମାଜ’। ଏହାର ଉତ୍ପତ୍ତି, କାରଣ, ନିରାକରଣ ତଥା ନିଶାର ନିବାରଣ ଓ ସାମାଜିକ ଜୀବନରେ ତା’ର କୁ ପ୍ରଭାବ ସହ ଏଥିରେ ମହିଳାମାନଙ୍କ ପ୍ରମୁଖ ଭୂମିକା ଓ ସଚେତନତା କ’ଣ ରହିଛି ବା ଆଗକୁ କ’ଣ ରହିବା ଦରକାର ଏସବୁକୁ ଆଲୋଚନା ପରିସର ଭୁକ୍ତ କରି ସମସ୍ତେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

ଏଥିରେ ଆମନ୍ତ୍ରିତ ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବୈଦ୍ୟୁତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ର ତଥା ଯୁବ କବି ଯୁବ ସମାଜସେବୀ ଏନ୍.ନୀଳମାଧବ ପାତ୍ର, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଭାତୀ ସାହୁ, ମନିଷା ବିଶ୍ଵାଳ, ସତ୍ୟପ୍ରକାଶ ନାୟକ, ପ୍ରଭାତ ସାହୁ ଓ ଅର୍ଥନୀତି ବିଭାଗର ଚିରଞ୍ଜିବି ବାଡତ୍ୟା, ଅଭିନ୍ନ ସୁନ୍ଦର ପାଢି ପ୍ରମୁଖ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ତରଫରୁ ଏହା କୁହାଯାଇଛି କି, ଏହି ଏ.ଆଇ.ଆର୍ ନେକ୍ସେଟ୍ ସମ୍ବେଦନଶୀଳ ସାମାଜିକ ପରିସ୍ଥିତି ଉପରେ ଆଧାରିତ ବିଷୟକୁ ଆଲୋଚନା ପରିସରକୁ ଆଣିଥାଏ ଏବଂ ଏଭଳି କାର୍ଯ୍ୟକ୍ରମ କରିବାରେ ଏହି କେନ୍ଦ୍ର ମଧ୍ୟ ହେଉଛି ପ୍ରଥମ। ଆଜି ଥିଲା ଏହାର ଦ୍ଵିତୀୟ କାର୍ଯ୍ୟକ୍ରମ। ଏହାକୁ ଆଜି ଅପ୍ରେଲ ୧୦ ତାରିଖ ରାତି ଠିକ୍ ୯ ଟା ବେଳେ ବ୍ରହ୍ମପୁର ପ୍ରସାର ଭାରତୀ ଆକାଶବାଣୀ କେନ୍ଦ୍ରରୁ ୧୦୦.୬ ଏଫ୍ ଏମ ଯୋଗେ ସିଧା ପ୍ରସାରଣ ହେବ। ଶେଷରେ ଛାତ୍ରଛାତ୍ରୀମାନେ ଆକାଶବାଣୀ କେନ୍ଦ୍ରକୁ ଏଭଳି ସୁଯୋଗ ପ୍ରଦାନ ପାଇଁ କୃତଜ୍ଞତା ଜଣାଇବା ସମସ୍ତେ ଶୁଣିବା ପାଇଁ ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories