www.samajalive.in
Saturday, December 6, 2025
15.1 C
Bhubaneswar

ସ୍ଵଛ ସର୍ଭେକ୍ଷଣରେ ୨୦୨୪-୨୫ ବର୍ଷ ପାଇଁ ମାନ୍ୟତା ପାଇଲା ଗୋପାଳପୁର ଏନଏସି 

ଗୋପାଳପୁର:କେନ୍ଦ୍ର ସରକାରଙ୍କ  ହାଉସିଂ ଏଣ୍ଡ ଅର୍ବାନ ବିଭାଗ ପକ୍ଷରୁ ଗୋପାଳପୁର ଏନଏସିରେ ପରିମଳ ସଫା ସୁତରା,ଅଳିଆ ଆବର୍ଜନା ମୁକ୍ତ ସହର ଉପରେ ନୀରପେକ୍ଷ ସର୍ଭେକ୍ଷଣ ହୋଇଥିଲା । ଯାହାର ରିପୋର୍ଟ କିଛି ଦିନ ତଳେ ପ୍ରକାଶ ପାଇଥିଲା। ଗୋପାଳପୁର ଏନଏସି ଗାର୍ବେଜ ଫ୍ରି ସିଟି ୩ଟି ଷ୍ଟାର ମାନ୍ୟତା ପାଇଥିବାରୁ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଳାପାଳ ଦିବ୍ୟ ଜ୍ୟୋତି ପରିଡ଼ା,ଡୁଡା ପିଡ଼ି ଦେବଦତ୍ତ ପଣ୍ଡା ଉପସ୍ଥିତ ରହି ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରୋମଦ କୁମାର ପାଢ଼ୀ,କନିଷ୍ଠ ସାନିଟେସନ ଏକ୍ସପର୍ଟ ଅଭିନାଶ ସାହୁଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଗୋପାଳପୁର ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ଏ.ଜାନକୀ ରାମ,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରୋମଦ କୁମାର ପାଢ଼ୀ,ଯନ୍ତ୍ରୀ ମନୋଜିତା ରଥ,ସିଇଓ ସାଗରିକା ବିଷୋୟୀ,କିରାଣୀ ମୁନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଜିଲ୍ଳା ପ୍ରଶାସନ ଏବଂ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଳିଆ ଆବର୍ଜନା ମୁକ୍ତ ସହର ମାନ୍ୟତା ପାଇ ଥିବାରୁ ସମସ୍ତ କର୍ମଚାରୀ ଙ୍କୁ ସାଧୁବାଦ ଜଣାଇଵା ସହ ଆଗାମୀ ଦିନରେ ଏହାକୁ ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ରାଜ୍ୟରେ ଗୋପାଳପୁର ୬ ନମ୍ବର ରହିଥିବା ବେଳେ ଭାରତରେ ୧୫୩ ନମ୍ବର ସ୍ଥାନ ମାନ୍ୟତା ପାଇଁ ଥିବା କାଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି l

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories