www.samajalive.in
Friday, December 5, 2025
17.1 C
Bhubaneswar

ଆଜିଠାରୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ, ଭାରତ ପାଇଁ କର ବା ମର ସ୍ଥିତି

ସମାଜ ଡିଜିଟାଲ ଡେସ୍କ: ଓଲ୍‍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ବୁଧବାରଠାରୁ ଭାରି-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ଲର୍ଡସ ଟେଷ୍ଟକୁ ଜିତି ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ୨-୧ରେ ଆଗୁଆ ରହିଛି । ଫଳରେ ଚତୁର୍ଥ ଟେଷ୍ଟ ଭାରତ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଏହି ଟେଷ୍ଟ ହାରିଲେ ଭାରତ କ୍ରମାଗତ ୩ୟ ଟେଷ୍ଟ ଶୃଙ୍ଖଳାରେ ପରାସ୍ତ ହେବ । ଏପରି ଲଜ୍ଜାକର ସ୍ଥିତିରୁ ମୁକୁଳିବା ପାଇଁ ଶୁଭମନ୍‍ ଗିଲଙ୍କ ଦଳକୁ ୪ର୍ଥ ଟେଷ୍ଟ ନିଶ୍ଚିତ ଭାବରେ ଜିତିବାକୁ ପଡିବ । ୪ର୍ଥ ଟେଷ୍ଟ ଏପରି ଏକ ଷ୍ଟାଡିୟମରେ ହେଉଛି ଯେଉଁଠାରେ ଭାରତ ପୂର୍ବରୁ କେବେ ବି ମ୍ୟାଚ ଜିତିନାହିଁ । ପୁଣି ଦଳର ତିନି ଜଣ ଖେଳାଳି ଆହତ ହେବା ଭାରତୀୟ ଦଳକୁ ଚିନ୍ତାରେ ପକାଇଛି । ୪ର୍ଥ ଟେଷ୍ଟୁ ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ ଓ ଆକାଶ ଦୀପ ବାଦ ପଡିଛନ୍ତି । ତେଣୁ ଆଜି ପଡିଆକୁ ଓହ୍ଲାଇବା ପୂର୍ବରୁ ସଠିକ୍‍ ଏକାଦଶ ବାଛିବା ଭାରତ ପାଇଁ କଠିନ ପରିସ୍ଥିତି କରିଛି ।
ସେପଟେ ଲର୍ଡସ ଟେଷ୍ଟକୁ ଜିତିବା ପରେ ଇଂଲଣ୍ଡ ଟିମର ମନୋବଳ ଦୃଢ ରହିଛି । ଦଳ ଚୂଡାନ୍ତ ଏକାଦଶ ଘୋଷଣା କରିଥିବା ବେଳେ ସେଥିରେ ମାତ୍ର ଗୋଟିଏ ପରିବର୍ତ୍ତନ ହୋଇଛି । ଓଲ୍‍ଡ ଟ୍ରାଫୋର୍ଡରେ ଇଂଲଣ୍ଡର ଟେଷ୍ଟ ରେକର୍ଡ ଏପରି, ଯାହା ବିଶ୍ୱର ସମସ୍ତ ଦଳକୁ ଚାପରେ ପକାଇବ । ୨୦୧୪ରୁ ୨୦୨୪ମଧ୍ୟରେ ଇଂଲଣ୍ଡ ଏହି ଷ୍ଟାଡିୟମରେ ୧୦ଟି ଟେଷ୍ଟମ୍ୟାଚ୍‍ ଖେଳି ୯ଟି ଜିତିଥିବା ବେଳେ ଗୋଟିଏ ଡ୍ର ରହିଥିଲା ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories