ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ଅର୍ଜୁନ ବେହେରାଙ୍କ ପୁଅ ସୁବଳ ବେହେରା (୪୦) ଚଳନ୍ତା ରେଳରୁ ଖସି ପଡି ପ୍ରାଣ ହରାଇଛନ୍ତି। ସେ କଟକରୁ ଯାଜପୁର ରୋଡ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ପରିବାରଲୋକେ ଏହି ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡିଥିବାବେଳେ ବ୍ୟବଛେଦ କରାଯିବା ପରେ ମରଶରୀର ତାଙ୍କ ଗ୍ରାମକୁ ଅଣାଯାଉଥିବା ସୂଚନା ମିଳିଛି। ସୁବଳ ଜଣେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।
Popular Categories



