www.samajalive.in
Saturday, December 6, 2025
15.1 C
Bhubaneswar

ଗୋଳନ୍ଥରାରେ କଳାକାର ମହାକୁମ୍ଭ

ଗୋପାଳପୁର: ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଗ୍ରାମାଞ୍ଚଳର କଳାକାର ମାନଙ୍କୁ ନେଇ କଳାକାର ମହାକୁମ୍ଭର ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମିଳନୀର କାର୍ଯକାରୀ ସଭାପତି ଡ଼ ବିଦ୍ୟୁତ ପ୍ରଭା ସାହୁ ଙ୍କ ଅଧ୍ୟକ୍ଷତା କରିବା ସହ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ମଞ୍ଚ ଉଦଘୋଷକ ହୃଷିକେଶ ପାଣିଗ୍ରାହୀ, ଉପେନ୍ଦ୍ର ଭଞ୍ଜ କଳାକାର ରେ ସମ୍ମାନିତ ଉପେନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ଭାରତ ଲୀଳା ଗୁରୁ ନବଘନ ପରିଡା, ଡ଼ ତିରୁପତି ରାଓ, ପ୍ରହଲ୍ଲାଦ ନାଟକ କଳାକାର ସିମାନ୍ଚଳ ପାତ୍ର, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଭୂତି ଭୂଷଣ ଜେନା,ଆଲୋକ ବିଷୋୟୀ, ସମ୍ମିଳନୀ ଉପାଧ୍ୟକ୍ଷ ଗୌରାଙ୍ଗ ଚରଣ ରାଉତ, ବିଜେପି ନେତା ବନମାଳୀ ସେଠୀ ପ୍ରମୁଖ ମଞ୍ଚାସିନ ରହିଥିଲେ।

ଏହି ଅବସରରେ ଗ୍ରାମାଞ୍ଚଳରେ ନିଜର ପ୍ରତିଭା ପ୍ରଦର୍ଶିତ କରିଆସୁଥିବା କଳାକାର ସିମାଞ୍ଚଳ ପାତ୍ର, ରାଜେନ୍ଦ୍ର ରେଡ୍ଡୀ, ଆଲୋକ ବିଷୋୟୀ,ସମରଥ ଦାଶ, ନବଘନ ପରିଡା, ରବି ନାରାୟଣ ଶତପଥୀ, ବିପିନ ଦାଶ, ସିମାଞ୍ଚଳ ପଣ୍ଡିତ, ଶେଖର ନାହକ, ମାଧବ ଗୈଡ, ବଂଶୀଧର ମହାରାଣା ପ୍ରମୁଖଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଆୟୋଜିତ ସମାବେଶରେ ଗଞ୍ଜାମ ଜିଲ୍ଲା କୋଣ ଅନୁକୋଣରୁ ପ୍ରାୟ ୧ ହଜାର କଳାକାର ନିଜର ବାଦ୍ୟଯନ୍ତ୍ର ସହ ଟିମ୍ ସହ ଉପସ୍ଥିତ ରହି ନିଜର କଳା ପ୍ରଦର୍ଶନ କରିଥିଲେ। ଗ୍ରାମାଞ୍ଚଳରେ ରହୁଥିବା ଦୁଃଖ କଳାକାର ମାନଙ୍କୁ ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ସମ୍ମିଳନୀ ପକ୍ଷରୁ ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories