www.samajalive.in
Tuesday, November 18, 2025
16.1 C
Bhubaneswar

ଅଭୟାରଣ୍ୟରେ ଜବତ ହେଲା ୧୮ କୋଟିରୁ ଉର୍ଦ୍ଧ୍ୱ ଅଫିମ

ମୟୂରଭଞ୍ଜ: ଶିମିଳିପାଳ ଅଭୟରଣ୍ୟରେ ମାଫିଆଙ୍କ କବଜାରେ ରହିଛି । ଅଭୟାରଣ୍ୟର ଏକର ଏକର ସ୍ଥାନରେ ଅଫିମ ଚାଷ ହେଉଛି । ରବିବାର ମୟୂରଭଞ୍ଜ ପୁଲିସ ଏବଂ ଅବକାରୀ ବିଭାଗର ବଡ ଧରଣର ଚଢାଉରେ ଜବତ ହୋଇଛି କୋଟି କୋଟି ଟଙ୍କାର ଅଫିମ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଶିମିଳିପାଳରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟ ରହିଛି । ଅଭୟାରଣ୍ୟ ବୁଲିବାକୁ ବହୁ ପର୍ଯ୍ୟଟକ ରାଜ୍ୟ ତଥା ଦେଶରୁ ଆସୁଥିବା ବେଳେ ଏଠାରେ ଅଫିମ ଚାଷ କରାଯାଉଛି । ଯଶୀପୁର ପୁଲିସ ଏବଂ ଅବକାରୀ ବିଭାଗ ଚଢାଉ କରି ଅଫିମ ଜବତ କରିଛି । ପୁଲିସ ଓ ଅବକାରୀ ବିଭାଗ କରଞ୍ଜିଆ ଏସଡ଼ିପିଓଙ୍କ ନେତୃତ୍ୱରେ ଯଶୀପୁର ପୁଲିସ, ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଚଢାଉ କରି ଅଫିମ ସବୁ ନଷ୍ଟ କରିଥିଲେ । ବକୁଆ ଏବଂ କୁକୁରଭୁକା ଗାଆଁରେ ଚାଷ ହୋଇଥିବା ୫ଲକ୍ଷ ୨୫ ହଜାର ଅଫିମ ଗଛ ନଷ୍ଟ କରିଛି ପୁଲିସ । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୧୦କୋଟି ୬୬ଲକ୍ଷ ହେବ ବୋଲି ପ୍ରେସ ରିଲିଜରେ ପୁଲିସ କହିଛି ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories