ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିୟା ଲସ୍ ଆଞ୍ଜେଲେସ୍ରେ ୯୬ତମ ଓସ୍କାର ୨୦୨୪ ଆୟୋଜିତ ହୋଇଯାଇଛି। ଚଳିତ ଥର ପ୍ରଥମ କରି ଓସ୍କାର ପୁରସ୍କାର ଜିତିଛନ୍ତି ହଲିଉଡ ଅଭିନେତା ରବର୍ଟ ଡାଉନି ଜୁନିୟର। ଏହାସହିତ ଋଷ-ୟୁକ୍ରେନ ଯୁଦ୍ଧ ଉପରେ ନିର୍ମିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ଓସ୍କାର ଜିତିଛି। ପୁରସ୍କାର ଗ୍ରହଣ କରିବା ବେଳେ ଫିଲ୍ମର ନିର୍ଦ୍ଦେଶକ ମଞ୍ଚରେ ଭାବବିହ୍ୱଳ ହୋଇଥିଲେ। ଏଥର ଓସ୍କାର ଆୱାର୍ଡରେ ଫିଲ୍ମ ‘ଓପେନହାଇମର’ର ବାଜିମାତ୍ କରିଛି। ହଲିଉଡର କିମ୍ବଦନ୍ତୀ ନିର୍ଦ୍ଦେଶକ ଶ୍ରୀଷ୍ଟୋଫର ନୋଲାନଙ୍କ ଫିଲ୍ମ ‘ଓପେନହାଇମର’୧୩ଟି ବର୍ଗରେ ନାମାଙ୍କନ ପାଇଥିବା ବେଳେ ୩ଟି ପୁରସ୍କାର ଜିତିଛି। ଚଳଚ୍ଚିତ୍ରଟି ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ସମେତ ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇଛି। ସିଲିଆନ୍ ମଫିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଥିବା ବେଳେ ‘ପୋର୍ ଥିଙ୍କ୍ସ୍’ ଫିଲ୍ମର ଏମା ଷ୍ଟୋନ୍ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ବ୍ରିଟେନର ‘ଜୋନ୍ ଅଫ୍ ଇଣ୍ଟରେଷ୍ଟ’ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ଓସ୍କାର ପୁରସ୍କାର ମନୋରଞ୍ଜନ ଦୁନିଆର ସବୁଠାରୁ ବଡ ପୁରସ୍କାର ଭାବରେ ବିବେଚନା କରାଯାଏ। ଆନାଟୋମି ଅଫ ଏ ଫଲକୁ ମିଳିଛି ବେଷ୍ଟ ଅରିଜିନାଲ ସ୍କ୍ରିନପ୍ଲେ ପୁରସ୍କରା। ଦି ବୟ ଆଣ୍ଡ ଦି ହିରୋନକୁ ବେଷ୍ଟ ଆନିମେଟେଡ ଫଚର ପୁରସ୍କାର ମିଳିଥିବାବେଳେ ବେଷ୍ଟ ଆନିମେଟେଡ ସର୍ଟ ଫିଲ୍ମ ପୁରସ୍କାର ଲାଭ କରିଛି ୱାର ଇଜ ଓଭର। ଦି ହୋଲଡଓଭର୍ସ ଫିଲ୍ମ ଲାଗି ଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ ପୁରସ୍କାର ଲାଭ କରିଛନ୍ତ ଡାଭିନ ଜୟ ରାଣ୍ଡଲଫ। ଗର୍ଜିଲା ମାଇନସ ୱାନକୁ ମିଳିଛି ବେଷ୍ଟ ଭିଜୁଆଲ ଏଫେକ୍ଟସ ଆୱାର୍ଡ।
Strike a pose! The #Oscars red carpet is in full swing. pic.twitter.com/1qvdoDZMn2
— The Academy (@TheAcademy) March 10, 2024



