www.samajalive.in
Saturday, December 6, 2025
15.1 C
Bhubaneswar

ଆଜିଠୁ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଜିମାରେ ନେବ କ୍ରାଇମବ୍ରାଞ୍ଚ।  ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ୬ ଜଣ ଅଭିଯୁକ୍ତଙ୍କୁ ଜିମାରେ ନେବାକୁ ସୋମବାର କ୍ରାଇମ ବ୍ରାଞ୍ଚ ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତ ପକ୍ଷରୁ ଦିନିକିଆ ଜିମା ଅନୁମତି ମିଳିଥିବା ସୂଚନା ମିଳିଛି। ସେହିକ୍ରମରେ କ୍ରାଇମବାଞ୍ଚ ଆଜି ୬ ଅଭିଯୁକ୍ତଙ୍କୁ ଜିମାରେ ନେଇ ପଚରାଉଚରା କରିବ ବୋଲି ଜଣାପଡିଛି । ଏହି ମାମଲାରେ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେଥିରେ ୪ ଜଣ ନାବାଳକ ରହିଛନ୍ତି । ୬ ସାବାଳକ ଅଭିଯୁକ୍ତ ମଧ୍ୟରୁ ୩ ଜଣ ପୀଡିତାଙ୍କୁ ବଳାତ୍କାର କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଏହି ୪ ନାବାଳକ ସମେତ ଅନ୍ୟ ୩ ଜଣ ବଳତ୍କାରୀଙ୍କୁ ସହଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ଦଳ ଗୋପାଳପୁର ଅଞ୍ଚଳରେ ଥିବା ମଦ ଦୋକାନ, ବିଭିନ୍ନ ଛକ ଓ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ତଥ୍ୟ ସଂଗ୍ରହ କରିଛି । ଏହି ଘଟଣାର ତଦନ୍ତ ଶୀଘ୍ର ଶେଷ କରି ଅଦାଲତରେ ଅଭିଯୋଗଫର୍ଦ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଉଦ୍ୟମ କରାଯାଉଛି ା ମାମଲାର ବିଚାର ଫାଷ୍ଟଟ୍ରାକ ଅଦାଲତରେ କରାଯିବ ବୋଲି ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories