www.samajalive.in
Sunday, December 14, 2025
19.1 C
Bhubaneswar

ଆନ୍ତର୍ଜାତିକ ହକିରୁ ଲଳିତ କୁମାର ଉପାଧ୍ୟାୟଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ବରିଷ୍ଠ ଫରୱାର୍ଡ ଲଳିତ କୁମାର ଉପାଧ୍ୟାୟ ଅନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଟୱେର୍ପରେ ଭାରତ ରବିବାର ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ବେଲ୍‌ଜିୟମ୍‌କୁ ୪-୩ ଗୋଲ୍‌ରେ ପରାସ୍ତ କରିବା ପରେ ଲଳିତ ଅବସର ଘୋଷଣା କରିଥିଲେ। ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଲଳିତ ଅଗ୍ରଭାଗରେ ଦଳର ଜଣେ ନିର୍ଭରଯୋଗ୍ୟ ଖେଳାଳି ଥିଲେ। ଟୋକିଓ ଓ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ କାଂସ୍ୟ ପଦକ ଜିତିଥିବା ବେଳେ ଲଳିତ ଉଭୟ ଦଳର ପ୍ରମୁଖ ସଦସ୍ୟ ଥିଲେ।

ଲଳିତ ତାଙ୍କ ଅବସର ବାର୍ତ୍ତାରେ ଲେଖିଛନ୍ତି, ଏହି ଯାତ୍ରା ଏକ ଛୋଟିଆ ଗାଁରୁ ଆରମ୍ଭ ହୋଇଥିଲା। ଦୁଇଥର ଅଲିମ୍ପିକ୍‌ସ ପୋଡିୟମରେ ଛିଡ଼ାହେବା ଅବିସ୍ମରଣୀୟ ହୋଇ ରହିବ। ୨୬ ବର୍ଷ ପରେ ମୋ ସହର ବାରଣାସୀରୁ ଅଲିମ୍ପିଆନ ହେବା ମୋ ପାଇଁ ବେଶ୍‌‌ ସମ୍ମାନଜନକ ଥିଲା। ବାରଣାସୀରେ ଜନ୍ମିତ ଲଳିତ ୨୦୧୪ ବିଶ୍ବକପ୍‌‌ରେ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏଫ୍‌‌ଆଇଏଚ୍‌‌ ପ୍ରୋ ଲିଗ୍‌‌ରେ ଜୁନ ୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିଥିଲେ। ୩୧ ବର୍ଷ ବୟସ୍କ ଲଳିତ ତାଙ୍କ ୧୧ ବର୍ଷର ହକି ଜୀବନରେ ବେଶ୍‌ ସଫଳ ହୋଇଥିଲେ। ସେ ଭାରତ ପାଇଁ ୧୮୩ ମ୍ୟାଚ୍‌‌ ଖେଳି ୬୭ଟି ଗୋଲ୍‌‌ ସ୍କୋର କରିଛନ୍ତି। ଦୁଇଟି ଅଲିମ୍ପିକ୍ସ ପଦକ ବ୍ୟତୀତ ଲଳିତ ୨୦୧୬ ଏସିଆନ ଚମ୍ପିଆନ୍‌ସ ଟ୍ରଫି ଓ ୨୦୧୭ ଏସିଆ କପ୍‌‌ ଚାମ୍ପିଅନ ଭାରତୀୟ ଦଳର ସଦସ୍ୟ ଥିଲେ। ଭୁବନେଶ୍ୱରେ ୨୦୧୭ରେ ଅନୁଷ୍ଠିତ ହକି ବିଶ୍ବ ଲିଗ୍‌‌ ଫାଇନାଲ୍‌ସରେ କାଂସ୍ୟ ବିଜୟୀ ଭାରତୀୟ ଦଳରେ ସେ ଥିଲେ। ୨୦୨୧ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ଲଳିତ ବର୍ତ୍ତମାନ ଉତ୍ତର ପ୍ରଦେଶ ପୁଲିସରେ ଅଫିସର ଅଛନ୍ତି। ଲଳିତଙ୍କ ଅବସରକୁ ନେଇ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି, ‘ଲଳିତ ଆମ ପିଢିର ସବୁଠୁ ଉତ୍ସର୍ଗୀକୃତ ଫରୱାର୍ଡଙ୍କ ମଧ୍ୟରୁ ଅନ୍ୟତମ। ଅଲିମ୍ପିକ୍‌‌ ହେଉକି କୌଣସି ଲିଗ୍‌‌ ମ୍ୟାଚ୍‌‌; ସେ ସର୍ବଦା ଗର୍ବର ସହ ଭାରତୀୟ ଜର୍ସି ପରିଧାନ କରିଥାଆନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories