www.samajalive.in
Saturday, December 6, 2025
15.1 C
Bhubaneswar

ମା,ଭଉଣୀକୁ ମାଡ଼ ମାରିବା ଅଭିଯୋଗ,ଜଣେ ଗିରଫ 

ଗୋପାଳପୁର:  ଗୋପାଳପୁରରେ ଅଭାବନୀୟ ଘଟଣା ଘଟିଛି।  ମା,ଭଉଣୀକୁ ମାଡ଼ ମାରିବା ଅଭିଯୋଗରେ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ସାନକୁଶସ୍ଥଳୀ ଗାଁର ରୋହିତ ସେଠୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସାନକୁଶସ୍ଥଳୀ ଆଶ୍ରମ ସାହିରେ  ସନିଆ ସେଠୀର ପରିବାର ରୁହନ୍ତି। ବାପାର ସମ୍ପତି ଭାଗ ବଣ୍ଟାକୁ ନେଇ ୧୬ ତାରିଖରେ ଅଭିଯୁକ୍ତ ରୋହିତ ମା ସୁଶୀଳାକୁ ଗାଳିଗୁଲଜ କରିବା ସହ ମାରପିଟ କରିଥିଲା । ଏ ନେଇ ମା ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂତାବକ ପୁଲିସ ଏକ ମାମଲା ରୁଜୁ କରିଥିଲା । ମା ଥାନାରେ ଅଭିଯୋଗ କରିଥିବା ରୋହିତ ଜାଣି ସେହି ଦିନ ରାତିରେ ରୋହିତ ଓ ପତ୍ନୀ ମିଶି ଭଉଣୀ ସରିତାକୁ ବାପାର ଉପାର୍ସଜିତ ସମ୍ପତି ଲୁଚେଇ ରଖିଥିବା ଅଭିଯୋଗ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଥିଲା । ପୁଣି ତା ପର ଦିନ ସକାଳ ପ୍ରାୟ ୮ ଟା ସମୟରେ ଅଭିଯୁକ୍ତ ରୋହିତ ଏକ ଲୁହା ରଡ଼ରେ ଭଉଣୀକୁ ଆକ୍ରମଣ କରି ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲା । ସେହି ସମୟରେ ଅନ୍ୟ ଏକ ଭାଇ ଉଦ୍ଧାର କରିଥିଲା । ପରେ ଏ ନେଇ ଭଉଣୀ ସରିତା ଗୋପାଳପୁର ଥାନାରେ ଲିଖିତ  ଅଭିଯୋଗ କରିଥିଲେ । ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରୋହିତକୁ ଥାନାକୁ ଆଣି ପଚରା ଉଚରା କରି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories