www.samajalive.in
Sunday, December 7, 2025
14.1 C
Bhubaneswar

ଆହତ ଅବସ୍ଥାରେ ଚିତ୍ରା ହରିଣ ଉଦ୍ଧାର

ଆଠଗଡ :  ଆଠଗଡ ବ୍ଲକ ରାଧାଗୋବିନ୍ଦପୁର ପଞ୍ଚାୟତ ଗୋବିନ୍ଦପୁର ବା ଚଉଦଘରିଆ ଗାଁ ନିକଟରୁ ଏକ ଆହତ ଅବସ୍ଥାରେ ଏକ ହରିଣ ଉଦ୍ଧାର ହୋଇଛି। ଚିକିତ୍ସା ପରେ ହରିଣଟିକୁ ବନବିଭାଗ ନର୍ସରୀରେ ରଖାଯାଇଥିବା ଜଣାପଡିଛି । ସୂଚନା ମୁତାବକ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସରଣ୍ଡା ବିଟ୍ ଅଧିନ ଜଙ୍ଗଲରେ ଏକ  ଚିତ୍ରା ହରିଣ ଆହତ ଅବସ୍ଥାରେ ବୁଲୁଥିଲା। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ବନପାଳ ଭାଗ୍ୟଶ୍ରୀ ଦାସ ହାତୀ ଜଗୁଆଳି ଓ ଗ୍ରାମବାସୀଙ୍କ ସହାୟତାରେ ହରିଣଟିକୁ ଉଦ୍ଧାର କରାଯାଇଥିଲା। ବୁଲା କୁକୁରଙ୍କ କାମୁଡା ଅଥବା ଉଚ୍ଚଡିଆଁ ଯୋଗୁଁ ହରିଣଟିର ଆଗ ବାମ ଗୋଡ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ପରେ ହରିଣଟିକୁ ବନଖଣ୍ଡିସ୍ଥିତ ବନବିଭାଗ ନର୍ସରୀରେ ରଖାଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛଡାଯିବ ବୋଲି ରେଞ୍ଜର ରବିନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories