www.samajalive.in
Sunday, December 14, 2025
26.1 C
Bhubaneswar

କାନାଡ଼ାରେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: କାନାଡ଼ାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଛାତ୍ରୀ ଜଣକ ହାମିଲଟନସ୍ଥିତ ଏକ ବସ୍‌ ଷ୍ଟପରେ ଛିଡ଼ା ହୋଇଥିବାବେଳେ ଗୋଟିଏ ପଥଭ୍ରଷ୍ଟ ଗୁଳି ତାଙ୍କ ଶରୀରରେ ବାଜିଥିଲା। ଯାହାଫଳରେ ସେ ସେହିଠାରେ ଟଳି ପଡ଼ିଥିଲେ। ହତ୍ୟାର ଶିକାର ଛାତ୍ରୀଙ୍କ ନାମ ହରସିମରତ ରନ୍ଧଓ୍ବା। ତାଙ୍କ ବୟସ ୨୧ ବର୍ଷ। ସେ ମୋହାକ କଲେଜରେ ଅଧ୍ୟୟନ କରୁଥିଲେ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା(ସ୍ଥାନୀୟ ସମୟ)ରେ ହରସିମରତ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଏହି ସମୟରେ ନିକଟରେ ଦୁଇଟି ଗାଡ଼ି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଫଳରେ ସେମାନେ ପରସ୍ପରଙ୍କୁ ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ପଥଭ୍ରଷ୍ଟ ହୋଇ ହରସିମରତଙ୍କ ଶରୀରରେ ବାଜିଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories