www.samajalive.in
Saturday, December 6, 2025
16.1 C
Bhubaneswar

ଗୋପାଳପୁର ଗଣବଳାତ୍କାର ଘଟଣା: ଜେଲ୍‌ରେ ୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ଶୁକ୍ରବାର ବ୍ରହ୍ମପୁର ମଣ୍ଡଳ କାରାଗାର ଭିତରକୁ ଯାଇ ୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି। କୋର୍ଟଙ୍କ ଅନୁମତି ପ୍ରକାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଟିଆଇ ପରେଡ଼ରେ ପୀଡ଼ିତା ଛାତ୍ରୀ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ବଳାତ୍କାର ଘଟଣାର କିଛି ଘଣ୍ଟା ମଧ୍ୟରେ ଗୋପାଳପୁର ଥାନା ପୁଲିସ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଏହି ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ମଧ୍ୟ ଅଛନ୍ତି। ୬ ଜଣ ଯୁବକଙ୍କୁ ଗିରଫ ପରେ ବ୍ରହ୍ମପୁର ମଣ୍ଡଳ କାରାଗାର ଓ ୪ ନାବାଳକଙ୍କୁ ସୁଧାର ଗୃହକୁ ପଠାଯାଇଛି। ଜେଲରେ ଥିବା ଏହି ୬ ଜଣ ସାବାଳକ ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କ ଦ୍ବାରା ଚିହ୍ନଟ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ରହ୍ମପୁର ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏଲଆର ଆଣ୍ଡ ଏଲଟିଭି) ଅନ୍ୱେଷା ଦାଶଙ୍କ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ତାହା ମଞ୍ଜୁର କରିବା ପରେ ଆଜି କ୍ରାଇମବ୍ରାଞ୍ଚ ଅଧିକାରୀ, ମାଜିଷ୍ଟ୍ରେଟ ଓ ପୀଡ଼ିତା କାରାଗାର ଭିତରକୁ ଯାଇଥିଲେ ା ଟିଆଇ ପରେଡ଼ ପାଇଁ କାରାଗାର ପରିସରରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ୬ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା ା ‌ପୀଡିତା ଛାତ୍ରୀ ଜଣଙ୍କ କାରାଗାରରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ ା ଚିହ୍ନଟ ହୋଇଥିବା ଅଭିଯୁକ୍ତମାନେ ‌ହେଲେ ଏହି ବହୁ ଚର୍ଚ୍ଚିତ ଗଣବଳାତ୍କାର ଘଟଣାର ମାଷ୍ଟରମାଇଣ୍ଡ ତଥା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ହିଣ୍ଡୁଳା ଗ୍ରାମର ପ୍ରମୋଦ ନାୟକ , ହିଞ୍ଜିଳିକାଟୁ ନିକଟ ବୁରୁପଡା ଗ୍ରାମର ବାବୁରାମ ଦଳେଇ,  ଲକ୍ଷ୍ମଣ ପ୍ରଧାନ,  ଶିକିରି ଗ୍ରାମର କୁନାଲ ପ୍ରଧାନ,  ଦୀପକ ତରାଇ ଓ ବେଲଗାଁ ପାଟପୁର ଗ୍ରାମର କୁନାଲ ପ୍ରଧାନ।  ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ ବୋଲି ସୂଚନା ମିଳିଛି । ସେହିପରି ଆଜି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଗୋପାଳପୁର ପୁଲିସ ପକ୍ଷରୁ ପୂର୍ବରୁ ଜବତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ନେଇଯାଇଥିବା ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ପୀଡ଼ିତା ଓ ତାଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଉଛି । ଉଲ୍ଳେଖଯୋଗ୍ୟ, ରବିବାର ସନ୍ଧ୍ୟାରେ ବ୍ରହ୍ମପୁରର ଏକ ସରକାରୀ କଲେଜରେ ପଢୁଥିବା ଫୁଲବାଣୀ ଅଞ୍ଚଳର ଯୁକ୍ତ ୩ ଛାତ୍ରୀ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିର ନିଛାଟିଆ ସ୍ଥାନରେ ଯାଇ ବସିଥିବାବେଳେ ଉପରୋକ୍ତ ୧୦ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଛାତ୍ରୀଙ୍କୁ ଗଣବଳାତ୍କାର କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories