www.samajalive.in
Saturday, December 6, 2025
26.1 C
Bhubaneswar

ଇରାନରେ ୭୦ଘଣ୍ଟା ପାଇଁ ଇଣ୍ଟରନେଟ୍‍ ବନ୍ଦ; ସରକାରୀ କାମ ସମ୍ପୂର୍ଣ୍ଣ ବନ୍ଦ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ୯ଦିନ ବିତିଲାଣି । ଯୁଦ୍ଧର ୧୦ମ ଦିନରେ ଉଭୟ ଦେଶ ପରସ୍ପରକୁ ଧ୍ୱଂସ କରିବା ଜିଦ୍‍ ରେ ଅଟଳ ରହିଛନ୍ତି । ଇସ୍ରାଏଲ ଦାବି କରିଛି ଯେ ଯେର୍ପ୍ୟନ୍ତ ସେ ତାର ଲକ୍ଷ୍ୟ ହାସଲ କରିନାହିଁ, ସେପର୍ଯ୍ୟନ୍ତ ଇରାନ ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବ ନାହିଁ । ସେହିପରି ଇରାନ ଦାବି କରି କହିଛି ଯେ ଯଦି ଇସ୍ରାଏଲ ଆକ୍ରମଣ ବନ୍ଦ କରେ, ତେବେ ସେ ପ୍ରତିଶୋଧ ନେବା ମଧ୍ୟ ବନ୍ଦ କରିବ । ନଚେତ ସେ ତାର ସମସ୍ତ ଶକ୍ତି ଲଗାଇ ପ୍ରତିଶୋଧ ନେବ । ଯୁଦ୍ଧ ଭିତରେ ଇରାନରେ ୭୦ଘଣ୍ଟା ହେବ ଇଣ୍ଟରନେଟ ବନ୍ଦ ରହିଛି । ଫଳରେ ଇଣ୍ଟରନେଟ୍‍ କାରବାର ଏବଂ ସରକାରୀ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ସୂଚନା ଅନୁସାରେ ଯୁଦ୍ଧ ଯୋଗୁଁ ଇରାନର ପରମାଣ କାର୍ଯ୍ୟକ୍ରମ ୨-୩ବର୍ଷ ପଛକୁ ଠେଲି ହୋଇଯାଇଛି । ସେହିପରି ଇସ୍ରାଏଲ ମଧ୍ୟ ବିକାଶ ପଥରେ ପୁଣି ଥରେ ନିଜକୁ ଫେରାଇ ଆଣିବାକୁ କଷ୍ଟକର ହେବ । ଇରାନୀ ମାନବାଧିକାର ଗୋଷ୍ଠୀଙ୍କ ତଥ୍ୟ ଅନୁସାରେ ୯ଦିନିଆ ଯୁଦ୍ଧରେ ଏଯାବତ ଇସ୍ରାଏଲୀ ଆକ୍ରମଣରେ ୬୫୦ରୁ ଅଧିକ ଇରାନୀ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେପଟେ ଇରାନର ଆକ୍ରମଣରେ ପ୍ରାୟ ୨୫ଇସ୍ରାଏଲୀ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୦୦୦ ଲୋକ ଆହତ ହୋଇଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories