www.samajalive.in
Monday, December 15, 2025
15.1 C
Bhubaneswar

ଗୋପାଳପୁର ବେଳାଭୂମି ଖାଁ ଖାଁ – ପୁଲିସର କଡାକଡି ଚେକିଂ

ଗୋପାଳପୁର : ବର୍ଷ ର ଶେଷ ଦିନରେ ଗୋପାଳପୁର ବେଳାଭୂମି ଲୋକାରଣ୍ୟ ହୋଇଉଠୁଥିଲା ବେଳେ ପ୍ରଶାସନିକ କଟକଣା ଯୋଗୁଁ ବେଳାଭୂମି ପରିସର ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୋପାଳପୁର ବେଳାଭୂମିରେ ୩୧ ଓ ଜାନୁଆରୀ ୧ ରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ବେଳାଭୂମି ବୁଲିବାକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ସହ କଡ଼ା କଡି ପୁଲିସ ପଇଁତରା ରହିଥିବା ଦେଖିବାକୁ ମିଳିଛି । ଏନେଇ ଆଜି ଭୋର ସକାଳୁ ସ୍ଥାନୀୟ ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯିବା ସହ ଗୋପାଳପୁର କଲେଜ ଛକ ଠାରେ ପୁଲିସ୍ ମୁତୟନ ହୋଇ ଯାନ ବାହନ ଓ ଚଲା ପର୍ଯ୍ୟଟକଙ୍କୁ ଗୋପାଳପୁର ପ୍ରବେଶ ରେବାରଣ କରାଯାଇଛି। ସ୍ଥାନୀୟ ଲୋକେ ଏବଂ ହୋଟେଲରେ ରହୁଥିବା ପର୍ଯ୍ୟଟକମାନେ ନିଜ ନିଜ ପରିଚୟ ପତ୍ର ଦେଖାଇ ଯାଉଥିବା ଦେଖିବାକ ମିଳିଛି। ଏନଏସି ପକ୍ଷରୁ  ଶାନ୍ତି ଶୃଂଖଳା ରକ୍ଷା ପାଇଁ କର୍ମଚାରୀ ନିୟୋଜିତ କରଯଇଛି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ କହିଛନ୍ତି। ବେଳାଭୂମିରେ ପୁଲିସ୍ ମୁତୟନ ହେବା ସହ ପେଟ୍ରୋଲଂ କଡ଼ାକଡ଼ି କରାଯାଉଥିବା ସହ ସମସ୍ତ ହୋଟେଲ ଯାଞ୍ଚ କରାଯାଉଥିବା ଥାନା ଅଧିକାରୀ ବିବେକା ନନ୍ଦ ମହନ୍ତ କହିଛନ୍ତି। ଏଥିପାଇଁ ୬ ସେକ୍ସନ ପୁଲିସ୍ ଫୋର୍ସ ମୃତୟନ କରଯଇଛି । ଯାଞ୍ଚ ବେଳେ ଥାନା ଅଧିକାରୀ ସମେତ ଏସଆଇ ହେମକାନ୍ତି ଛତ୍ରିଆ, ଏସଆଇ ମହେନ୍ଦ୍ର ବେହେରା, ହାବିଲଦାର ଅଜୟ କୁମାର ଶତପଥୀ, କେ. ମଧୁ, ଆନିସ ଖାନ୍ ପ୍ରମୁଖ ସାମିଲ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories