www.samajalive.in
Saturday, December 13, 2025
26.1 C
Bhubaneswar

ପଚାରିଲା ନାହିଁ ପୁଅ; କୁକୁର ନାଁରେ ୨ ଏକର ସମ୍ପତ୍ତି ୱିଲ୍ କରିଦେଲେ କୃଷକ

ସମ୍ପତ୍ତି ଲାଗି ପରିବାର ମଧ୍ୟରେ ଗଣ୍ଡଗୋଳ ଏକ ସାଧାରଣ କଥା । ପିଲାମାନେ ନ ପଚାରିଲେ ଅନେକ ବୟସ୍କ ବ୍ୟକ୍ତି ନିଜ ସମ୍ପତ୍ତି ବିଭିନ୍ନ ଅନାଥାଳୟ ବା ସେହିପରି ସଂସ୍ଥା ନାଁରେ କରି ଦେଉଥିବା ଦେଖାଯାଇଥାଏ । ମାତ୍ର ମଧ୍ୟପ୍ରଦେଶରେ ଜଣେ ଗରିବ ଲୋକ ପୁଅମାନଙ୍କ ଆଚରଣରେ ଅତିଷ୍ଠ ହୋଇ ତାଙ୍କୁ କେବଳ ନିଜ ସମ୍ପତ୍ତିରୁ ବେଦଖଲ କରିନାହାନ୍ତି, ତାଙ୍କ ନିକଟରେ ଥିବା ୪ ଏକର ଜମି ମଧ୍ୟରୁ ୨ ଏକର ବୃଦ୍ଧା ପତ୍ନୀଙ୍କ ନାଁରେ ଓ ଅନ୍ୟ ଦୁଇଏକର ନିଜର ପୋଷା କୁକୁର ନାଁରେ ୱିଲ କରି ଦେଇଛନ୍ତି । ଯେଉଁ କୁକୁରଟି ନାଁରେ ୨ ଏକର ଜମି କରାଯାଇଛି ତାହା ଏକ ଦେଶୀ କୁକୁର ଓ ତାହାର ନାମ ଜ୍ୟାକି ବୋଲି କୁହାଯାଉଛି ।

ମଧ୍ୟପ୍ରଦେଶର ବାଡିବାଡା ଗାଁର ସାଧାରଣ ଚାଷୀ ଓମ ନାରାୟଣ ତାଙ୍କ କୁକୁରକୁ ବେଶ୍ ଭଲ ପାଉଥିଲେ । ମାତ୍ର ପୁଅମାନେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କ ସହ କୁକୁରକୁ ଭଲ ପାଉ ନ ଥିଲେ । ଖାଇବା ପିଇବା ଦେବାରେ ବି ହଇରାଣ ହରକତ କରୁଥିଲେ । କୁକୁରକୁ ନେଇ ଘରେ ଦୈନନ୍ଦିନ ବିବାଦ ହେଉଥିଲା ଓ ପୁଅମାନେ କୁକୁରକୁ ପିଟୁଥିଲେ । ତେଣୁ ଓମ ନାରାୟଣ କ୍ରେଧିତ ହୋଇ ତାଙ୍କର ୪ ଏକର ସମ୍ପତ୍ତିକୁ ପୋଷା କୁକୁର ଜ୍ୟାକି ଓ ପତ୍ନୀଙ୍କ ନାଁରେ ୱିଲ କରି ଦେଇଥିଲେ ।

- Advertisement -

ତେବେ ଯିଏ ତାଙ୍କର ଯତ୍ନ ନେବ ତାଙ୍କୁ କୁକୁରର ସମ୍ପତ୍ତି ଦିଆଯିବ ବୋଲି ୱିଲରେ ସେ ଉଲ୍ଲେଖ କରିଛନ୍ତି । ଓମନାରାୟଣ ୱିଲରେ ଲେଖିଛନ୍ତି ଯେ  ‘ମୋ ପତ୍ନୀ ଏବଂ ପୋଷା କୁକୁର ମୋର ସେବା କରନ୍ତି, ତେଣୁ ମୋର ମୃତ୍ୟୁ ପରେ ମୋର ସମ୍ପୂର୍ଣ୍ଣ ସମ୍ପତ୍ତି  ପତ୍ନୀ ଚମ୍ପା ବର୍ମା ଏବଂ ପୋଷା କୁକୁର ଜ୍ୟାକିର ହେବ ।  ସେବା କରୁଥିବା କୁକୁରକୁ ସମ୍ପତ୍ତିର ପରବର୍ତ୍ତୀ ଉତ୍ତରାଧିକାରୀ ଭାବରେ ବିବେଚନା କରାଯିବ। ସୋସିଆଲ ମିଡିଆରେ ମଧ୍ୟ ଏହି ମାମଲା ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories